ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡ଼ା

– ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ୫୦ ଫୁଟ ତଳକୁ ଖସିଲା କୋଇଲା ଅତଡା । ସୂଚନା ଅନୁସାରେ ଗତକାଲି ଲିଙ୍ଗରାଜ କୋଇଲା ଖଣିରେ କୋଇଲା ଲୋଡିଙ୍ଗ ଚାଲୁଥିବା ବେଳେ ରାତି ପ୍ରାୟ ୩ ଟା ବେଳେ ହଠାତ ୫୦ ଫୁଟ ଉପରୁ ୩୦ ଫୁଟ ଚଉଡ଼ାର ଏକ କୋଇଲା ଅତଡା ଟ୍ରକ ଓ ଲୋଡର ଉପରେ ଖସିପଡିଥିଲା ।

ଫଳରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋଡର ଅପରେଟର ଓ ଟ୍ରକ ଡ୍ରାଇଭର । ପରେ ଆଉ ଏକ ଲୋଡର ମେସିନ ଆସି ଗାଡି ଉପରେ ପଡିଥିବା କୋଇଲା ଅତଡ଼ାକୁ ସଫାକରିବା ପରେ ଗାଡି ଦୁଇଟିକୁ କଢା ଯାଇଥିଲା । ପୂର୍ବରୁ ତାଳଚେରର ବିଭିନ୍ନ ଖଣି ଗୁଡିକରେ ଏଭଳି କୋଇଲା ଓ ମାଟି ଅତଡା ଖସି ଶ୍ରମିକ ମାନଙ୍କ ମୃତାହତ ହୋଇଥିବା ବେଳେ କୋଇଲା ଖଣି କତ୍ତୃପକ୍ଷଙ୍କର କୌଣସି ସୁରକ୍ଷା ଅଭିଜ୍ଞତା ଅଭାବରୁ ଏଭଳି ବାରମ୍ବାର ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *