ବ୍ରାଉନସୁଗର ଜବତ, ଜଣେ ଗିରଫ

ଭଦ୍ରକ ଟାଉନ ଥାନା ଅଧୀନ ଡାଆଣୀ ଗଡ଼ିଆ ଛକ ନିକଟରୁ ପୁଣି ବ୍ରାଉନସୁଗର ଜବତ ହୋଇଛି। ଗାଡ଼ି ଯାଞ୍ଚବେଳେ ଜଣେ ଯୁବକଙ୍କ ଉପରେ ପୁଲିସର ସନ୍ଦେହ ବଢିଥିଲା। ତାଙ୍କୁ ଅଟକ ରଖି ଯାଞ୍ଚବେଳେ ପୁଲିସ ୧୨.୦୬ ଗ୍ରାମ ବ୍ରାଉନସୁଗର ସମେତ ଏକ ଚୋରା ବାଇକ ଜବତ କରିଥିଲା। ଯାଜପୁର ଜିଲ୍ଲା କୋରେଇ ଥାନା ଅଧୀନ ପୂର୍ବ କୋର୍ଟ ଗ୍ରାମର ଅଭିଯୁକ୍ତ କୱାଡ଼ି ଦୁଲାଲଙ୍କୁ ପୁଲିସ ଗିରଫ କରିଛି। ୪୧୭/୨୫ ମାମଲା ଦାୟର କରାଯାଇଥିବା ଆଇଆଇସି ପ୍ରଭାଂଶୁ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *