ଆଇ ଏମ୍ ଏଫ୍ ଏଲ୍ ମଦ ଦୋକାନରୁ ଚୋରି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଉଦ୍ଧାର
ଆଇ ଏମ୍ ଏଫ୍ ଏଲ୍ ମଦ ଦୋକାନରୁ ଚୋରି ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ଉଦ୍ଧାର କଲା ଚାନ୍ଦିଲି ପୋଲିସ ରାୟଗଡା ତା ୦୮-୦୧-୨୫ ଥେରୁବାଲି ଷ୍ଟେସନ ରୋଡ ସ୍ଥିତ ଆଇ ଏମ୍ ଏଫ୍ ଏଲ ମଦ ଦୋକାନ ଚାବି ଭାଙ୍ଗି ଗତ ୬ ତାରିଖରେ ଟଙ୍କା ଥିବା ବାକ୍ସରୁ ୨ଲକ୍ଷ ୮୦ ହଜାର ଟଙ୍କା ଚୋରି ଯାଇଥିବା ଅଭିଯୋଗ ପରିଚାଳକ ଶ୍ରୀ ଅନୁପ କୁମାର ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ । କେସ ନମ୍ବର ୦୨ ଅନୁଯାୟୀ ଚାନ୍ଦିଲି ଥାନା ଅଧିକାରୀଙ୍କ ନେତୃତ୍ବରେ ଗଠିତ ଏକ ଦଳ ଅନୁସନ୍ଧାନ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର କରିବା ସହ ବ୍ୟବହୃତ ଗୋଟିଏ ବାଇକ୍ ଓ ଗଇନ୍ତି ଜବତ କରିଛନ୍ତି । ଅଭିଯୁକ୍ତ ସମସ୍ତେ ଗେରାପୁଟ ଗ୍ରାମର ହୋଇଥିବା ବେଳେ ସେମାନେ ହେଲେ ଆକାଶ ହିକକା , ରମାକାନ୍ତ କୁଲେସିକା, ପ୍ରଦୀପ ମେଳକା, ଶିବ କଡ୍ରାକା । ଏହି ତଥ୍ୟ ପ୍ରେସ ବିଜ୍ଞପ୍ତି ଆଧାରରେ ଚାନ୍ଦିଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
