ଅବକାରୀ ବିଭାଗ ଦ୍ଵାରା ୨୬୩ କେଜି ଗଞ୍ଜେଇ ଜବତ
ଅବକାରୀ ବିଭାଗ ଦ୍ଵାରା ୨୬୩ କେଜି ଗଞ୍ଜେଇ ଜବତ ।
କନ୍ଧମାଳ, ଫୁଲବାଣୀ ସ୍ଥାନୀୟ ଖଜୁରୀପଡ଼ା ବ୍ଲକ ଦାଦପାଜୁ ଛକଠାରେ କନ୍ଧମାଳ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ପ୍ରକାଶ ଚନ୍ଦ୍ର ମଲିକ୍, ଓଆଇସି ସଦର, ସମିର୍ ରଞ୍ଜନ ଭୋଇ ଏଏସ୍,ଆଇ, ସଚିନ ଗୁରୁ କନେଷ୍ଟବଳ ଙ୍କ ମିଳିତ ଉଦ୍ୟମରେ ଅପରାହ୍ନ ୫,୫୯ ମିନିଟ୍ ରେ ଧଳା ମହେନ୍ଦ୍ର। ବୋଲେର ପିକ୍ ଅପ୍ ବିୟରିଂ ରେଜିଷ୍ଟର ନ, ଓଡି ୦୫ ବି ଏକ୍ସ୍ ୫୦୬୩ ଗାଡ଼ିରେ ୨୬୩କେଜି ଗଞ୍ଜେଇ ନେଇ ଜ।ଉଥିବ। ଗାଡ଼ିକୁ ଅବକ।ରି ବିଭାଗ କ।ବୁକରିଥିଲ । ଉକ୍ତ ଗାଡ଼ିରେ ଗଞ୍ଜେଇ ନେଇ ଯାଉଥିବା ରମାକାନ୍ତ ନାୟକ ନାମକ ୪୦ ବର୍ଷୀୟ ଯୁବକ ଙ୍କୁ ଅବକାରୀ ବିଭାଗ କର୍ମଚାରୀ ଧରିଥିବା ଜଣାପଡିଛି ।ତାଙ୍କ ଠାରୁ ଗୋଟିଏ ସ୍ମାଟ୍ ଫୋନ ମଧ୍ୟ ଉଦ୍ଧାର କରିଥିବା କଥା ଶ୍ରୀ ପ୍ରକାଶ ଚନ୍ଦ୍ର ମଲ୍ଲିକ କହିଥିଲେ । କନ୍ଧମାଳ ଜିଲ୍ଲାରେ ବାରମ୍ବାର ପ୍ରଶାସନ, ପୋଲିସ ବିଭାଗ, ଅବକାରୀ ବିଭାଗର ତାଗିଦ୍ ସତେ ଜିଲ୍ଲାରେ ଗଞ୍ଜେଇ କାରବାର ଥମିବାର ନାମ ନେଉନାହିଁ । ଯାହାଫଳରେ ଜିଲ୍ଲାରେ ଅଶାନ୍ତିର ବାତାବରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।
