ସମ୍ବର ମାଂସ ୧୫ କେଜି ତତ୍ ସହିତ ଚମଡା,କାନ ଏବଂ ଏକ ମୋବାଇଲ ଫୋନ ଜବତ
କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡଵାର୍ବା ପଞ୍ଚାୟତ ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ଶବନମ ସାହୁ ଙ୍କ ନିର୍ଦ୍ଧେଶ କ୍ରମେ ବନପାଳ ଅଜିତ କୁମାର ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ୍ ପେଟ୍ରଲିଂ କରୁଥିବା ସମୟରେ ରଣବା ସେକ୍ସନ ପାତ୍ରପୁର ଗ୍ରାମ ଠାରେ ଏକ ସମ୍ବର ଶିକାର ହୋଇଥିବା ବିଶେଷ ସୂତ୍ର ରୁ ଖବର ପାଇ ଘଟଣା ସ୍ଥଳ ରେ ବନ ବିଭାଗ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଥିଲେ। ବହୁ ସମୟ ଖୋଜା ଖୋଜି କରିବା ପରେ ସମ୍ବର ଶିକାର ଜାଗା ରେ ପହଞ୍ଚି ଜ୍ବାଇଁ ଓ ଶଶୁର ଜ୍ବାଇଁ ଙ୍କ ନାମ ଏସିଆନ ପ୍ରଧାନ ଯାହାଙ୍କ ର ବୟସ ସୈନ୍ତିରିଶି (୩୭) ଓ ଶଶୁର ଯାହାଙ୍କ ର ନାମ କାଳୁ ମଲିକ ବୟସ ବାସଠି (୬୨) ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ଜବତ ସମୟ ରେ ସେହି ମାନଙ୍କ ଠାରୁ ସମ୍ବର ମାଂସ ୧୫ କେଜି ତତ୍ ସହିତ ଚମଡା,କାନ ଏବଂ ଏକ ମୋବାଇଲ ଫୋନ ଜବତ କରିଥିଲେ ।ଏହି ଚଢ଼ାଉ ରେ ବରିଷ୍ଠ ବନପାଳ ଅଧିକାରୀ ଶ୍ରୀ ଅଜିତ କୁମାର ପ୍ରଧାନ,ରବିଶଙ୍କର ଦିଗାଲ,ବନରକ୍ଷୀ ଅକ୍ଷୟ କହଁର,ବନରକ୍ଷୀ ବିକାଶ ମଲିକ,ଶ୍ରୀମତୀ ସ୍ୱାଗତିକା ଗୌଡ଼ ଓ ସ୍କ୍ୱାର୍ଡ ଟିମ୍ ସହଯୋଗ କରିଥିବା ବେଳେ ଆଜି କେସ ନମ୍ବର ୧୨/୨୦୨୫/୨୬ ରେ ଏକ କେସ ରୁଜୁ କରାଯାଇ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଶାନ୍ତ ପଟେଲ ଓ ବନ ସଂରକ୍ଷକ ଅଧିକାରିଣୀ ଶ୍ରୀମତୀ ସ୍ୱେତାଲିନା ସାହୁଙ୍କ ନିର୍ଦ୍ଧେଶ କ୍ରମେ ଆସାମୀ ଦ୍ବୟ ଙ୍କୁ କୋର୍ଟ ଚାଲାଣ କରାଯାଇଛି।
