ସାମୂହିକ ମାତୃସମ୍ମିଳନୀ ଓ ଘରହଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ପୁରୀ-ତା ୧୫୵୦୨୵୨୪ ରିଖ ଗୁରୁବାର ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର, ପୁରୀ ପରିସରରେ ସାମୂହିକ “ମାତୃ ସମ୍ମିଳନୀ ଓ ଘରହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇ ଯାଇଛି।ପ୍ରଫେସର ଡାକ୍ଟର ମହେଶ୍ବର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ଯ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ବେଦାନ୍ତ ବିଭାଗ ପ୍ରମୁଖ ଶ୍ରୀଯୁକ୍ତ ପ୍ରଭାତ ରଞ୍ଜନ ମହାପାତ୍ର ଓ ବିଶିଷ୍ଟ ଅତିଥି ଭାବେ ଶିକ୍ଷକ ତଥା ସାହିତ୍ୟିକ ଆଲୋକ କୁମାର ପ୍ରଧାନ ଯୋଗ ଦେଇ ମାଆହିଁ ସମାଜରେ ଶିଶୁର ମାଆ ସର୍ବାଙ୍ଗୀନ ବିକାଶରେ ସହାୟକ ତଥା ନାରୀ ସର୍ବାଗ୍ରେ ପୂଜ୍ଯା ବୋଲି ଆଲୋକପାତ କରିଥିଲେ।ପ୍ରାରମ୍ଭରେ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମାଆ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହିତ ବାଟିକା ବିଭାଗର ଗୁରୁମା ପ୍ରଶାନ୍ତି ତ୍ରିପାଠୀ ଓ ଅନୀତା ଜେନା ନାଚଗୀତ ମାଧ୍ୟମରେ ଓ କ୍ରିୟାକଳାପ ମାଧ୍ୟମରେ ଶିଶୁମାନଙ୍କୁ କିପରି ପାଠ୍ଯକ୍ରମରେ ଅନ୍ତର୍ଭୁକ୍ତ କରାଯିବ ତାର କିଛି କିଛି ଝଲକ ପ୍ରଦର୍ଶନ କରିଥିଲେ ଆଚାର୍ଯ୍ଯା ସ୍ନେହଲତା ଦାସ ମଞ୍ଚ ପରିଚାଳନା କରିବା ସହ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ।

Leave a Reply

Your email address will not be published. Required fields are marked *