ଛୋଟ ପିଲାଙ୍କୁ ଗୋଲାପ ଦେଇ ସ୍ବାଗତ କଲେ ଜିଲ୍ଲାପାଳ, ସଭିଏଁ ପଢ଼ିବେ

ଛୋଟ ପିଲାଙ୍କୁ ଗୋଲାପ ଦେଇ ସ୍ବାଗତ କଲେ ଜିଲ୍ଲାପାଳ, ସଭିଏଁ ପଢ଼ିବେ।ଫୁଲବାଣୀ:ନିପ୍ର:-୨୮/୦୩ କେହି ଅପାଠୁଆ ରହିବେ ନାହିଁ, ସଭିଏଁ ପାଠ ପଢ଼ିବେ।ଏଭଳି ପଦକ୍ଷେପ ନେଇ ରାଜ୍ୟ ସରକାର ଅଙ୍ଗନୱାଡ଼ି ପଢ଼ି ସାରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ନିମନ୍ତ୍ରଣ କରିଥିବା ବେଲ, କନ୍ଧମାଳ ଜିଲ୍ଲାପାଳ ବସ୍ତି ରେ ଯାଇ ଛୋଟ ଛୋଟ ପିଲାଙ୍କୁ ଭେଟିଛନ୍ତି, ଗୋଲାପ ଦେଇ ସ୍ଵାଗତ କରିବା ସହ ସ୍କୁଲ କୁ ଯିବାପାଇଁ ନିମନ୍ତ୍ରଣ ମଧ୍ୟ ଦେଇ ଆସିଛନ୍ତି । ସେଠାରେ, ସରକାରୀ କର୍ମଚାରୀ, ନିଜସ୍ବ ଅର୍ଥ ଖର୍ଚ୍ଚ କରି ସିଦ୍ଧା ମାନେ ଗୋଟିଏ ଆନନ୍ଦ ଶିବିର ବିପଦରେ ପ୍ରତ୍ୟେକ ସିଦ୍ଧା ଶିକ୍ଷାର୍ଥୀ ମାନଙ୍କୁ ସହଯୋଗ ଦେବା ପାଇଁ ଅନୁମତି ଦେଇଛନ୍ତି । ସେହିପରି, ଏହା ସମ୍ପୂର୍ଣ୍ଣ କାର୍ୟକ୍ରମରେ ଆଶା ହୋଇଛି ଯେ, ଅଞ୍ଚଳର ସକଳ ଚାଲିଥିବା ଶିକ୍ଷା ପ୍ରକ୍ରିୟା ବୃହତ କରିବା, ଅଧିକ କୌଶଳ ଦୀପ୍ତି ଦେଇବାରେ ନୂତନ ଗାହାଣ ମିଳିବ।ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଆରମ୍ଭ କରିଛନ୍ତି, ଶିଶୁ ବାଟିକା କାର୍ଯ୍ୟକ୍ରମ ।

୨୦୨୦ ଶିକ୍ଷାନୀତି ଅନୁଯାୟୀ, ରାଜ୍ୟରେ ୫ ବର୍ଷରୁ ଅଧିକ ପିଲା ମାନଙ୍କୁ ଉତ୍ତମ, ସଂଗଠିତ ଓ ଅନୁଭୂତି ମୂଳକ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ଆସନ୍ତା ଅପ୍ରେଲ ୨ ତାରିଖ ରୁ, ଛାତ୍ର ଛାତ୍ରୀ ମାନଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟ ଆୟୋଜନ କରାହେବ । ସେଥିପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ଶିକ୍ଷା ବିଭାଗ ର ସମସ୍ତ କର୍ମଚାରୀ, ଜିଲ୍ଲା ପ୍ରଶାସନ ଘର ଘର ବୁଲି ଛୋଟ ଛୁଆ ମାନଙ୍କୁ ଭେଟିବା ସହ, ଗୋଲାପ ଦେଇ ସ୍ଵାଗତ କରିବେ ଓ ବିଦ୍ୟାଳୟକୁ ଆସିବା ପାଇଁ, ଅଭିଭାବକ ମାନଙ୍କୁ ଅନୁରୋଧ କରିବେ । କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଫୁଲବାଣୀ କେନ୍ଦୂପଦର ବସ୍ତି ରେ ଯାଇ ଛୋଟ ଛୋଟ ଶିଶୁ ମାନଙ୍କୁ ଭେଟିବା ସହ ସେମାନଙ୍କୁ ନିମନ୍ତ୍ରଣ ପତ୍ର ସହ ଗୋଲାପ ଦେଇ ସ୍ବାଗତ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି, ସମସ୍ତେ କିଭଳି ଶିକ୍ଷା ଲାଭ କରିବା, ସେଥିପାଇଁ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାକୁ ସମସ୍ତେ ମାନିବା, ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *