ଦହନ
କୁଳୁ କୁଳୁ ବହେ ନଈ
ଆକାଶେ ପୂନେଇ ଜହ୍ନ
ନଈପଠା ଶୂନ୍ ଶାନ
ପାଖା ପାଖି ଦୁଇ ଜଣ
ମଥା ପରେ ଗଛ ଛାଇ।
ଦାଉ ଦାଉ ଦହନରେ
ବିରହର ଦୀପ ଜଳେ
ସମ୍ପର୍କର ଉଷ୍ମତାରେ
ଅସହାୟ ମୁହୂର୍ତ୍ତରେ
ପ୍ରୀତି ପଣ ଉଙ୍କି ମାରେ।
ଚଲା ପଥେ ବାଟ ବଣା
ମୁଗ୍ଧ ଅମୃତର କଣା
ଦୁନିଆକୁ ନାହିଁ ଭୀତି
ଚଉପାଶେ ଖାଲି ପ୍ରୀତି।
ପ୍ରୀତି କି ମିଳେ ଦେହରେ
ସେ ତ ଥାଏ ହୃଦୟରେ
ଲୁହରେ ଅବା କୋହରେ
ଦେହାତୀତ ମିଳନରେ।
ଗୋଲୋକବିହାରୀ ବେହେରା
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
ସରକାରୀ ଉଚ୍ଚ ବିଦ୍ୟାଳୟ
ଷଡ଼ଙ୍ଗୀ, ଢେଙ୍କାନାଳ
