ସମାଧାନ ଶିକ୍ଷା ନିକେତନରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

ତା 13/09/25,-ଆଠମଲ୍ଲିକ ବ୍ଲକ ଅଏଡା ଠାରେ ଅବସ୍ଥିତ ସମାଧାନ ଶିକ୍ଷା ନିକେତନରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନି କୁନି ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବିଦ୍ୟାଳୟ ପରିସରରୁ ବାହାରି ସ୍ଥାନୀୟ ସାପ୍ତାହିକ ହାଟ ସହିତ ଗ୍ରାମରେ ବୁଲି ସଚେତନତାର ବାର୍ତ୍ତା ବାଣ୍ଟିଥିଲେ l ହାତରେ ପ୍ରଚାର ପତ୍ର, ବ୍ୟାନର ଧରି,ଆସ ସ୍କୁଲ ଯିବା ର ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ l ସମାଧାନ ଶିକ୍ଷା ନିକେତନର ପ୍ରତିଷ୍ଠାତା ବିନୟ କୁମାର ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇଥିଲେ l ଉପଦେଷ୍ଠl ଅରବିନ୍ଦ କ୍ଷେତ୍ତୀ, ଗୁରୁମା ପ୍ରଭାତ ନଳିନୀ କ୍ଷେତ୍ତୀ, ଭୂମିସୁତା ସାହୁ, ମାମାଲି ତରିଆ, ଗୁରୁଜୀ ନରହରି ପ୍ରଧାନ ସମସ୍ତ ଆୟୋଜନ କରିଥିଲେ l

Leave a Reply

Your email address will not be published. Required fields are marked *