ଲୋକପ୍ରିୟ ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ
ଡେଲାଙ୍ଗ,୨୮/୦୨ – ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରିଷ୍ଠ ବିଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିରୂପେ ବାସନ୍ତୀ ସାହୁ ବ୍ଲକ ଅଧକ୍ଷ୍ୟା ,ମୁଖ୍ୟ ବକ୍ତା ଭାବେ ସୁଦର୍ଶନ ପରିଡା ପୂର୍ବତ୍ତନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ସମ୍ମାନିତ ଅତିଥିରୂପେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସ,ପ୍ରଶାନ୍ତ କୁମାର ବିଷ୍ଵାଳ ,ସଞ୍ଜୟ କୁମାର ଦାଶ, ଦେବନ୍ଦ୍ର୍ କୁମାର ମଲ୍ଲିକ,ଧୁର୍ବଚରଣ ବରାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ ,ସିଆରସିସି ତପନ କୁମାର ମଲ୍ଲିକ ପ୍ରାକ୍ତନ୍ ମୁଖ୍ଯ କିରାଣୀ ମହେନ୍ଦ୍ର ଷ୍ରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ଶିକ୍ଷୟତ୍ରି ପ୍ରିୟଦର୍ଶିନୀ ମଲ୍ଲିକ ଓ ସିତାକାନ୍ତ୍ ରାଉତରାୟ ମଞ୍ଚ ପରିଚାଳନା କରବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଉକ୍ତ ସଭାରେ ଅନ୍ୟାନ ଅତିଥି ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ, ଚିତ୍ତରଂଜନ ରାଉତରାୟ, ,ସହଦେବ ମଲ୍ଲିକ,ରାଜେଶ ପ୍ରଧାନ ଶିକ୍ଷୟତ୍ରୀ ସୁରଭି ପ୍ରଧାନ, ଲକ୍ଷ୍ମୀ ପ୍ରିୟା ପ୍ରଧାନ, ମମତା ବେହେରା, ଶ୍ରଦ୍ଧାଞ୍ଜଳି ଜେନା, ଶିକ୍ଷା କର୍ମଚାରି ସନ୍ତୋଷ ରାହୁକ, ନିଲାମ୍ବର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର୍ ନାରାୟଣ ରଣଜିତ, ଉପାଧ୍ୟକ୍ଷ ଗିତାରାଣୀ ରଣଜିତ ପ୍ରମୁଖ ଯୋଗଦେଇ ବରିଷ୍ଠ ବିଞାନ ଶିକ୍ଷକଙ୍କ ସମୟାନୁବର୍ତୀତା ଶିକ୍ଷା ଦାନ ଶୈଳୀ,ମିଷ୍ଟ ଭାଷି,ଛାତ୍ରବତ୍ସଳ, କର୍ତ୍ତବ୍ୟ ପରାୟନତା,ସତ୍ୟନିଷ୍ଠ, ଦକ୍ଷ ଶିକ୍ଷକ ପ୍ରଭୃତି ଗୁଣଗାନ କରିଥିଲେ। ଅବସର ପ୍ରାପ୍ତ ବିଜ୍ଞାନ୍ ଶିକ୍ଷକ ଶ୍ରୀ ବରାଳ ଙ୍କୁ ପୁରାତନ ଅଧୁନାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପ ଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ ।ଏଥିସହିତ ସେବା ନିବୃତ ଶିକ୍ଷକ ଶ୍ରୀ ବରାଳ ଙ୍କୁ ବିଷାଳ ଶୋଭା ଯାତ୍ରାରେ ଗୁରୁ ବନ୍ଦନା ଗାନକରି ଗ୍ରାମ ପରିକ୍ରମା କରି ଷେଷରେ ତାଙ୍କ ବାସଗ୍ରୁହରେ ପହଞ୍ଚାଇଥିଲେ ।ପୁରାତନ୍ ଛାତ୍ର ଦିଲ୍ଲୀପ ଧାଉଡିଆ, ରବୀନ୍ଦ୍ର କୁମାର ସାହୁ,ଆଲୋକମୟ ହରିଚନ୍ଦନ, ସଂଜୟ ଧାଉଡିଆ, ବାବୁରାମ୍ ଦାସ ,ଵାଲୁ,କାଳୁ, ଅକ୍ଷୟ ପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ ।
