ଯଜ୍ଞ ପରେ ସ୍ବଛତା ପାଇଁ ଅଣ୍ଟା ଭିଡିଲା କମିଟି

ଗଣିଆ – ଗଣିଆ ମଣିଭଦ୍ରା ପାହାଡ ପାଦଦେଶରେ ଅବସ୍ଥିତ ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀଠାରେ ଗତ ୨୩ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ସରିବା ପରେ ଯଜ୍ଞ ସ୍ଥଳରେ କୁଢ କୁଢ ଅଳିଆ ଆବର୍ଜ୍ଜନା ଗଦା ହୋଇ ରହିଥିଲା । ତେବେ ଯଜ୍ଞ କମିଟି, ସାମନ୍ତରାୟ ମହାବିଦ୍ୟାଳୟର ସ୍ବେଛାସେବୀ ତଥା ସତ୍ୟ ଶାନ୍ତି ସେବା ଟ୍ରଷ୍ଟର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପଡିରହିଥିବା ଅଳିଆ ଆବର୍ଜନାକୁ ପରିସ୍କାର ପରିଚ୍ଛନ୍ନ କରିଛନ୍ତି । ସମସ୍ତ ଶୁଖିଲା ଅଳିଆ ଗୁଡିକୁ ଏକାଠି କରି ପୋଡିଦେବା ସହିତ ଓଦା ଅଳିଆ ଗୁଡ଼ିକ ଗୋଟିଏ ସ୍ଥାନରେ ଗଦାକରି ରଖିଛନ୍ତି । ଏପରିକି ଆଗାମୀ ଦିନରେ ବଣଭୋଜି କରିବାକୁ ଅନେକ ପର୍ଯ୍ୟଟକ ଏଠାକୁ ଆସିବାକୁ ଥିବାରୁ ସମସ୍ତେ ଏହି ପୀଠକୁ ପରିସ୍କାର ପରିଚ୍ଛନ୍ନ ରଖିବାକୁ ଯଜ୍ଞ କମିଟି ନିବେଦନ କରିଛନ୍ତି । ଏହି ଅବସରରେ ସାମନ୍ତରାୟ ମହାବିଦ୍ୟାଳୟର ସମସ୍ତ ଛାତ୍ର ମାନଙ୍କୁ କମିଟି ତରଫରୁ ଗୀତା ବହି ବଣ୍ଟନ କରାଯାଇଥିଲା । ଆଜିର ଏହି ସ୍ବଛତା କାର୍ଯ୍ୟକ୍ରମରେ ଶୋଭନ ମହାକୁଡ଼, ଆଦିତ୍ୟ ମହାଶୁପକାର, ସୁକାନ୍ତ ଦାଶ,ଧିରେନ ଦାଶ,ସାରଦା ରଥ, ଶିବାଶିଷ ମହାପାତ୍ର (ଟୁଟୁଭାଇ), ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *