କମ୍ପାନୀ ବସ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ

କଳିଙ୍ଗନଗର ଶିଳ୍ପାଞ୍ଚଳ କୁ ଯାତାୟାତ କରୁଥିବା କମ୍ପାନୀ ବସ ବ୍ୟାସନଗର ସହର ଭିତରକୁ ପ୍ରବେଶ ନକରିବା ପାଇଁ ବିଭିନ୍ନ ମହଲରୁ ପୂର୍ବରୁ ଦାବୀହୋଇଥିଲା l ବସ ଗୁଡିକ ଏଠି ସେଠି ଠିଆ ହୋଇ କର୍ମଚାରୀ ଙ୍କୁ ନେବା ଆଣିବା କରିବା ଓ ଯାତାୟାତ ଫଳରେ ସହରରେ ଟ୍ରାଫିକ ଜାମ ହେଉଥିଲା | କମ୍ପାନୀ ବସ ଦୁର୍ଘଟଣା ରେ ମୃତାହତ ମଧ୍ୟ ଘଟିଥିଲା |ଏହାର ନିରାକରଣ ପାଇଁ ବୁଦ୍ଧିଜୀବୀ ଓ ପ୍ରଶାସନ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇଥିଲା |ବସ ରହଣି ପାଇଁ ସ୍ୱତନ୍ତ୍ର ସ୍ଥାନ ର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା |ଏହାକୁ ଦୃଷ୍ଟିରେ ରଖି ଗୁରୁବାର (ଆଜି) ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ମାନେ ଯାଜପୁର ରୋଡ଼ ଥାନା ନିକଟ କୋରେଇ ବ୍ଲକ ବ୍ୟାସନଗର ତହସିଲ ଅନ୍ତର୍ଗତ କୁଆଁରଦା ମୌଜା ରେ ଜମି ଚିହ୍ନଟ କରି ଏହାର ମାପଜୁପ କରାଯାଇଛି l ଚିହ୍ନଟ ଜାଗାରେ ପଡିଆରେ କିଭଳି ଗାଡି ପାର୍କିଂ କରାଯିବ ତାର ଅନୁଧ୍ୟାନମଧ୍ୟ କରିଥିଲେ l ବ୍ୟାସନଗର ସହର ର ତିନୋଟି ସ୍ଥାନରେ ବସ ପାର୍କିଂ ପାଇଁ ସ୍ଥାନ ନିରୂପଣ କରାଯିବ ବୋଲି ସୂଚନା ମିଳିଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *