ଜେକେ ଆନ୍ତଃ କମ୍ପାନୀ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରାୟଗଡା
ଜେକେ ଆନ୍ତଃ କମ୍ପାନୀ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ରାୟଗଡା : ୦୭/୦୧ /୨୦୨୪ ଗତ ଜାନୁଆରୀ ୪ ତାରିଖ ରୁ ଚାଲିଥିବା ଜେକେ ଆନ୍ତଃ କମ୍ପାନୀ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ୭/୧/୨୦୨୪ ରେ ଉଦଯାପିତ ହୋଇ ଯାଇଛି . ଆଜି ର ଏହି ଶୁଭ ଉଦଯାପନୀ ଦିବସରେ ଫାଇନାଲ ମ୍ୟାଚ ଜେକେପିଏମ ରାୟଗଡା ଏବଂ ସିପିଏମ ସୋନାଗଡ଼ ମଧ୍ୟ ରେ ଖେଳାଯାଇଥିଲା. ଏହି ମ୍ୟାଚ ରେ ଟସ ଜିଣି ପ୍ରଥମେ ଜେକେପିଏମ ଟିମ ବ୍ୟାଟିଂ କରିଥିଲା . ଫାଇନାଲ ମ୍ୟାଚ ର ଏହି ଖେଳ ରେ ସିପିଏମ ଟିମ ଜେକେପିଏମ ଟିମ କୁ ପରାସ୍ତ କରିଥିଲା .ମୋଟ ୧୨୭ ରନ ର ଲଖ୍ୟ ରଖି ସିପିଏମ ଟିମ ଖେଳ ଜାରି ରଖିଥିଲା . ଆଜିର ଏହି ମ୍ୟାଚ ରେ ସିପିଏମ ଟିମ କୁ ଚାମ୍ପିୟନ ଘୋଷଣା କରାଯାଇଥିବା ବେଳେ ଇତେଶ କୁମାର ଆର ଗମିତ ଙ୍କୁ ମ୍ୟାନ ଅଫ ମ୍ୟାଚ ଓ ମ୍ୟାନଅଫ ସିରିଜ ଘୋଷଣା କରାଯାଇଥିଲା . ଆଜିର ଏହି ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ସିପିଏମ ର ୟୁନିଟ ହେଡ ଶ୍ରୀ ମୁକୁଲ ବର୍ମା ଯୋଗ ଦେଇଥିଲେ . ଜେକେପିଏମ ର କାର୍ଯ୍ୟ ନିଵାହୀ ଉପସଭାପତି ଶ୍ରୀ ବିନୟ ଦ୍ବିବେଦୀ , ଉପସଭାପତି ବାଣିଜ୍ୟ ଶ୍ରୀ ବିଶ୍ୱଜିତ ଦ୍ବିବେଦୀ ଙ୍କ ସହ ସିପିଏମ ର ମୁଖ୍ୟ ଶ୍ରୀ ମୁକୁଲ ବର୍ମା ଉପସ୍ଥିତ ରହି ରନର୍ସ ଅପ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ . ଶ୍ରୀମତୀ ଶ୍ଵେତା ଦ୍ବିବେଦୀ ଏବଂ ଶ୍ରୀମତୀ ନିତା ଦ୍ବିବେଦୀ ବିଜେତା ସିପିଏମ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ . ଏହି ମ୍ୟାଚ କୁ ବହୁ ଦର୍ଶକ ଉପଭୋଗ କରିଥିଲେ . ଜେକେପିଏମ ର ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ . ପରିଶେଷ ରେ ଶ୍ରୀ ବିଶ୍ୱଜିତ ଦ୍ବିବେଦୀ ଉପସ୍ଥିତ ଥିବା ସମସ୍ତ ଟିମ , ଦର୍ଶକ ଓ ପରିଚାଳକ ମାନଙ୍କୁ ଧନ୍ୟବାଦ ଦେବା ସହ ନୂତନ ବର୍ଷ ର ଶୁଭ କାମନା ଜଣାଇଥିଲେ . ଜେକେପିଏମ ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମିଲନ ଲେଙ୍କା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ତଥ୍ୟର ସମ୍ୟକ ସୂଚନା ପ୍ରଦାନ କରିଥିଲେ .।
ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା
