ରାଜ୍ୟ ସରକାରଙ୍କ ତରଫରୁ ଅରିନ୍ଦମ ଦାସଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର- ୨୬.୦୯- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଷଣକ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୪ ତାରିଖରେ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ , ଅକାଳରେ ଇହଲୀଳା ସମ୍ବରଣ କରିଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୪ ଲକ୍ଷ ଟଙ୍କାର ସହାୟତା ରାଶି ମଞ୍ଜୁର କରିଥିବା କଥା ସୂଚନା ଓ ଲୋକ ସଂପର୍କ ବିଭାଗର ପରାମର୍ଶଦାତା ମାନସ ମଙ୍ଗରାଜ୍ ଟ୍ରିଟ୍ କରି ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥରାଶି ଚେକ୍ ଆକାରରେ ପଠାଯାଇଥିଲା । ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିକ୍ଷେକ୍ରମେ ଚଳିତ ସେପ୍ଟେମ୍ବର ମାସ ୨୬ ତାରିଖ ରବିବାର ଦିନ କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ସ୍ବର୍ଗତ ଦାଶଙ୍କ ପୈତୃକ ଗ୍ରାମ ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମ ଫଚାୟତର ରାଇକଳା ଗ୍ରାମକୁ ଯାଇ ସ୍ଵର୍ଗତ ଦାସଙ୍କର ପତ୍ନୀ ଶ୍ରୀମତୀ ସମୀକ୍ଷା ବେହେରାଙ୍କୁ ଚେକ୍ ପ୍ରଦାନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଚେକ୍ ପ୍ରଦାନ ସମୟରେ ସୂଚନା ଓ ଲୋକ ସଂପର୍କ ଉପନିକ୍ଷକ ସଂଜୀବ ବାରିକ , ପାଟଣା ତହସିଲଦାର ତାପସ କୁମାର ଦେହୁରୀ , ରାଜ୍ୟ ସରକାରଙ୍କ ତରଫରୁ ପ୍ରେରିତ ହୋଇ ଆସିଥିବା ରାଜ୍ୟ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟର ଲୋକ ସଂପର୍କ ଅଧୁକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦୁଝରରୁ ମନୋଜ କୁମାର ବେହେରା।

Leave a Reply

Your email address will not be published. Required fields are marked *