ତାଳଦା ଦୀପାଞ୍ଚଳରେ ପ୍ରାଚୀନ ନୌବାଣିଜ୍ୟର ଅନନ୍ୟ ଦୃଶ୍ୟ, କମ୍ପିଲା ଦେବୀ ନଦୀ
ଆଜି ପବିତ୍ର ବୋଇତବନ୍ଦାଣ, ଅତୀତ ରେ ସାଧବ ପୁଅ ମାନେ ଆମ ଉତ୍କଳ ରୁ ଅନେକ ଦେଶ କୁ ନୌବାଣିଜ୍ୟ କରିବାକୁ ଯାଇଥାନ୍ତି, ଆଉ ଦୀର୍ଘ ୬ ମାସ ବିଦେଶ ରେ ଆମ ଅଞ୍ଚଳ ର ଅନେକ ଦୁର୍ଲଭ ବସ୍ତୁ ବିକ୍ରୟ କରିବା ସହ ଅନ୍ୟ ଦେଶ ର ଭିନ୍ନ ଭିନ୍ନ ଦ୍ରବ୍ୟ, ଧନ ଆମ ଅଞ୍ଚଳ କୁ ଆଣିଥାନ୍ତି, ଯାହା ଆମ ପ୍ରାଚୀନ ଓଡିଶା ଇତିହାସ ରେ ବର୍ଣ୍ଣିତ ରହିଛି, ଆଉ ସେହି ପ୍ରାଚୀନ ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ଆଜିର ଦିନ ରେ ଆମ ଓଡିଶା ର ବିଭିନ୍ନ ସାଗର କ୍ଷେତ୍ର ରେ ଏହି ଉତ୍ସବ ଅନୁଷ୍ଠିତ ହୁଏ, କିନ୍ତୁ ଚଳିତ ବର୍ଷ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ବା ଦୀପାଞ୍ଚଳ ରେ ଏହି ଉତ୍ସବ ପ୍ରଥମଥର ଆରମ୍ଭ ହୋଇଛି Byte:1ପ୍ରାଚୀନ ପରମ୍ପରା ଅନୁଯାୟୀ ସାଧବ ବୋହୁ ମାନେ ସାଧବ ପୁଅ ମାନଙ୍କୁ ଧୂପ ଦୀପ ଫୁଲ ବିଜୟ ତିଳକ ଲଗାଇ ବନ୍ଦାପନା କରିଥିଲେ, ଯାହା ଆମ ଅତୀତ ର ଏକ ବାସ୍ତବ ଚିତ୍ର ଏଠି ଦେଖିବାକୁ ମିଳିଛି, ବୋଇତ ପୂଜା ହେବା ସହ ସ୍ୱତନ୍ତ୍ର ବ୍ରାହ୍ମଣ ଙ୍କ ଦ୍ୱାରା ଦରିଆ ଆଳତୀ ଅନୁଷ୍ଠିତ ହେବା ପରେ ଏହି ବୋଇତ ବନ୍ଦାଣ ଅନୁଷ୍ଠିତ ହୋଇଥିଲା Byte:2ମୁଖ୍ୟ ଅତୀଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭଉଦ୍ଘାଟନ କରିଥିଲେ, ଉତ୍କଳ ର ପ୍ରାଚୀନ ରାଷ୍ଟ୍ରୀୟ ସଙ୍ଗୀତ ଗାନ ହୋଇ ଏକ ସ୍ୱତନ୍ତ୍ର ପରିବେଶ ର ଅନୁଭବ ଏହି ଦେବୀ ନଦୀ ଦୀପାଞ୍ଚଳ ରେ ହୋଇଥିଲା, ପ୍ରଥମ ବର୍ଷ ଏହି କାର୍ଯ୍ୟକ୍ରମ ରେ ଦଶହଜାର ରୁ ଉର୍ଦ୍ଧ ଲୋକ ଙ୍କ ସମାବେଶ ହୋଇଛି, ଯାହାକୁ ଦେଖିବା ପାଇଁ ଅସ୍ତରଙ୍ଗ ବ୍ଲକ ଓ ଜଗତସିଂହପୁର ଜିଲ୍ଲା ର ଅନେକ ପଞ୍ଚାୟତ ଲୋକ ବି ସାମିଲ ହୋଇଛନ୍ତି l ଅତୀତ ରେ ଆମ ସାଧବ ପୁଅ ମାନେ ଜାଭା ସୁମାତ୍ରା ସିଂହଳ ସମସ୍ତ ଅଞ୍ଚଳ କୁ ନୌବାଣିଜ୍ୟ କରିବାକୁ ଯାଉଥିଲେ କିନ୍ତୁ ଆଜିର ଆଧୁନିକତା ସ୍ପର୍ଶ ରେ ଏହି ଭିତିଭୂମି ହଜିଯାଇଛି, ଏହାକୁ ମନେ ପକେଇବା ପାଇଁ ଆଉ ଆମ ଉତ୍କଳ ର ପ୍ରାଚୀନ କଳା ସଂସ୍କୃତି ଓ ମହାନ ଐତିହ୍ୟ କୁ ବଞ୍ଚେଇ ରଖିବା ପାଇଁ ତାଳଦା ବାସି ଙ୍କର ଏହି ନିଆରା ଉଦ୍ୟମ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ l
