ଜଗନ୍ନାଥ ପୁର ବଜାର ରେ ନିମ୍ନ ମାନର ଷ୍ଟିଟଲାଇଟ ଲଗାଣ କୁ ନେଇଅଭିଯୋଗ

ଜଗନ୍ନାଥ ପୁର ବଜାର ରେ ନିମ୍ନ ମାନର ଷ୍ଟିଟଲାଇଟ ଲଗାଣ କୁ ନେଇଅଭିଯୋଗ।ବର୍ଷକ ମଧ୍ୟରେ ୫ଥର ଖରାପ।ଯନ୍ତ୍ରୀ ଓ ଠିକାଦାର ଙ୍କ ମିଳିତ ଭାଗିଦାରୀ ରେ ୨୩ ଲକ୍ଷଟଙ୍କା ହରିଲୁଟ।ରଘୁନାଥପୁର =ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବଜାରରେ ନିମ୍ନ ମାନର ଷ୍ଟିଟଲାଇଟ ଲଗାଯିବାକୁ ନେଇ ଜଗନ୍ନାଥ ପୁର ବଜାରକମିଟ ପକ୍ଷରୁ ରଘୁନାଥପୁର ପୁର ବିଡ଼ିଓ ବିରଞ୍ଚି ନାରାୟଣ ବେହେରା ଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।ଏଠାରେ ସୂଚନଯୋଗ୍ୟ ଜଗନ୍ନାଥପୁର ବଜାରକୁ ଆଲୋକିକରଣ କରାଯିବା ପାଇଁ ପୂର୍ବତନ ବିଧାୟକ ବିଜୟଶଙ୍କର ଦାସ ବିଧାୟକ ପାଣ୍ଠିରୁ ୨୩ଲକ୍ଷ ଟଙ୍କା ମଞୁର କରିଥିଲେ। ଏହି ଅର୍ଥକୁ ବ୍ଲକ ମାଧ୍ୟମରେ ବିନିଯୋଗ କରାଯାଇ ବଜାର ରେ ୨୬ଟି ଲାଇଟ ଲଗାଯାଇଥିଲା।ଏହିଲାଇଟ ଗତ ୨୦୨୪ ଅଗଷ୍ଟ ମାସରେ ଲଗାଯାଇଥିଲା।ଲାଇଟ ଲଗାଯିବାର ବର୍ଷେ ନପୁରୁଣୁ ବାରମ୍ଭାର ଖରାପ ହେଉଛି ଠିକାଦାର ଙ୍କୁ କହିଲେ ସେ ଆସି ଟିକେକଣ କରିଦେଇ ପଳାଉଛନ୍ତି ହେଲେ ଲାଇଟଅବସ୍ଥା ସୁଧୁରୁନାହିଁ।ଏବେ ୨ମାସହେବ ଲାଇଟ ଖରାପ ହୋଇପଡିଥିଲେ ବି ଠିକାଦାର କର୍ଣ୍ଣପାତ କରୁନାହାନ୍ତି।ବର୍ଷକ ମଧ୍ୟରେ ଲାଇଟ ବାରମ୍ଭାର ଖରାପହୋଇ ପଡୁଥିବାରୁ ଅଞ୍ଚଳରେ ଏହକୁ ନେଇ ତିବ୍ରଅସୋନ୍ତଷ ଦେଖାଦେଇଛି।ତେବେ ଅସଲ କଥାହେଲା ଠିକାଦାର ଦାମି କମ୍ପାନିର ଷ୍ଟିକର ଲଗାଇ ନକଲି ବ୍ରାଣ୍ଡ ର ଲାଇଟ ଲଗାଇଥିବାରୁ ଏହା ବାରମ୍ଭାର ଖରାପହେଉଛି ଓ ଯନ୍ତ୍ରୀ, ଠିକାଦାର ଙ୍କ ଭିତିରି ବୁଝାବଣା ରେ ସରକାରଙ୍କ ୨୩ ଲକ୍ଷଟଙ୍କା ପାଣିରେ ପଡିଲା ବୋଲି ବଜାର କମିଟି ଅଭିଯୋଗ ଉଠାଇଛି। ଯଦି ଏହି ଲାଇଟର ଅବସ୍ତାର ସ୍ଥାୟୀ ସମାଧାନ କରାନଯାଏ ତାହାଲେ ଏହାକୁ ରେଜୁଲେସନ କରି କମିଟି ଅନୁମୋଦନ ରେ ଭିଜିଲାନ୍ସ ଦୣଷ୍ଟିଆକର୍ଷଣ କରାଯିବବୋଲି ବଜାକମିଟିର କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ଜେନା, ସମ୍ପାଦକ ପ୍ରଭାକର ଖଟୁଆ ମହେଶ୍ବର ସାହୁ, କାର୍ତ୍ତିକ ଚନ୍ଦ୍ର ସାହୁ, ଶରତ କୁମାର ସାହୁ,ଦିନଵନ୍ଧୁ ସାହୁ, ଶିବ ସାହୁ,ଚିତ୍ତରଞ୍ଜନ ଜେନା, ଯୁଗଳ ମଲ୍ଲିକ, ହେମନ୍ତ କୁମାର ବେହେରା, ଦିପକ ସାହୁ,ସରୋଜ କୁମାର ମଲ୍ଲିକ,ପ୍ରେମାନନ୍ଦ ବାରିକ ଙ୍କ ସମେତ ଶତାଧିକ ବ୍ୟବସାୟୀ ମାନେ ବିଡିଓ ଲିଖିତ ଦେବା ସହିତ ଗଣମାଧ୍ୟମ କୁ ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *