ଉଠା ଦୋକାନୀଙ୍କୁ ଉଚ୍ଛେଦ ନିମିତ୍ତ ମାର୍କେଟ କମ୍ପ୍ଲେକ୍ସ ସଂପୂର୍ଣ୍ଣ ବନ୍ଦ

ଉଠା ଦୋକାନୀଙ୍କୁ ଉଚ୍ଛେଦ ନିମିତ୍ତ ମାର୍କେଟ କମ୍ପ୍ଲେକ୍ସ ସଂପୂର୍ଣ୍ଣ ବନ୍ଦ ପାଳନ ଆଜି ଠାରୁ ମାର୍କେଟ କମ୍ପ୍ଲେକ୍ସ ଆସୋସିଏସନ୍ ତରଫରୁ ଆରମ୍ଭ ହୋଇଛି। ମାର୍କେଟ କମ୍ପ୍ଲେକ୍ସ ର ସମସ୍ତ ବଡ଼ ସାନ ଦୋକାନ ବନ୍ଦ ରହିଛି।ଆଉ ସମସ୍ତ କର୍ମକର୍ତ୍ତା ଧାରଣାରେ ବସିଛନ୍ତି। ପ୍ରକାଶ ଥାଉକି ଉଠା ଦୋକାନୀଙ୍କୁ ଉଚ୍ଛେଦ ନକଲେ ଏହି ଆନ୍ଦୋଳନକୁ ଚଳାଇ ରଖାଯିବ ବୋଲି ଆସୋସିଏସନ୍ ସଭାପତି ପ୍ରକାଶ କରିଛନ୍ତି। ଉଠା ଦୋକାନୀ ମାନଙ୍କ ଦ୍ଵାରା ରାସ୍ତା ଅବରୋଧ,ତଥା ଦୈରାତ୍ମ ଦିନକୁଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହାର ସମାଧାନ ପାଇଁ ଜନସାଧାରଣ ଙ୍କ ତରଫ ରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *