ପ୍ରୟତ୍ନ ସଂସ୍ଥା ଓ ଏଚଡିଏଫ ଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ “ସାମଗ୍ରିକ ଗ୍ରାମୀଣ ଉନ୍ନତି କାର୍ଯ୍ୟକ୍ରମ

”ଚିଲିକା/ବାଣପୁର,୦୧/୧୨: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବଉଳାବନ୍ଧ ଗ୍ରାମର ରଘୁନାଥପୁର ଶାସନସ୍ଥିତ ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ମହାଦେବ ଓ ଠାକୁରାଣୀ ମା’ତାରିଣୀ ମନ୍ଦିର ପରିସରରେ ପ୍ରୟତ୍ନ ସଂସ୍ଥା ଓ ଏଚଡିଏଫସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ “ସାମଗ୍ରିକ ଗ୍ରାମୀଣ ଉନ୍ନତି କାର୍ଯ୍ୟକ୍ରମ’ରେ ଯୋଗଦେଇ ଥିଲେ ମାନ୍ୟବର ବିଧାୟକ ତଥା ଆଇନ୍ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଗ୍ରାମର ପୂର୍ବତନ ସରପଞ୍ଚ ଦେବାଶିଷ ରଥଙ୍କ ସମେତ ବଉଳବନ୍ଧ ଗ୍ରାମବାସୀଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଯୋଗ ଦେଇ କହିଥିଲେ ଯେ ଏସିଆ ମହାଦେଶର ବୃହତ ଲବଣ ହ୍ରଦ ନୀଳମ୍ବୁ ଚିଲିକାର ପୁନଃରୁଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରହିଛି। ସଂକୁଚିତ ଚିଲିକାର ପରିସୀମା ସହିତ ଚିଲିକାର ସୌନ୍ଦର୍ଯ୍ୟ, ସାମୁଦ୍ରିକ ମୁହାଁଣ ଖନନ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ଯାହା ଦ୍ୱାରା ଚିଲିକା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ତଟବର୍ତ୍ତୀ ଅଧିବାସୀ ମାନଙ୍କୁ ଆଉ ଦାଦନ ‘ଖଟିବା ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ ।ଏହି ଅବସରରେ ମନ୍ତ୍ରୀଙ୍କ କରକମଳରେ ସୌର ଷ୍ଟ୍ରିଟ ଲାଇଟ ପ୍ରକଳ୍ପ ସହିତ ‘ହୋଲିଷ୍ଟିକ ରୁରାଲ ଡେଭେଲପମେଣ୍ଟ ପ୍ରୋଗ୍ରାମ, ଚିଲିକା’ର ଉଦଘାଟନ ହୋଇଥିଲା । ମତ୍ସ୍ୟଜୀବୀଙ୍କୁ ଜାଲ, ମାଛ ଜାଲ ପାଇଁ ରଶି, ଲାଇଫ ଜ୍ୟାକେଟ, ସିଗନାଲ ଲାଇଟ, ପ୍ରାଥମିକ ଚିକିତ୍ସା କିଟ ଆଦି ବିତରଣ କରାଯାଇଥିଲା।

ସେହିପରି ଚିଲିକା ଓ ବାଣପୁର ବ୍ଲକର ୧୮ ଗ୍ରାମରେ ୧୦ଟି ଲେଖାଏଁ ଷ୍ଟ୍ରିଟ ଲାଇଟ ଏପରି ୧୮୦ଟି ଷ୍ଟ୍ରିଟ ଲାଇଟ ସମ୍ପୃକ୍ତ ଚଡ଼ିଏଫସି ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ।ଡଃ କୃଷ୍ଣ କୃଷ୍ଣଚନ୍ଦ୍ର ପରିଡ଼ା ମଞ୍ଚ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଦୀନବନ୍ଧୁ ସାହୁ, ଚିଲିକା ବ୍ଳକ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ କୁମାର ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ, ପୂର୍ବତନ ଉପାଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ସୁମନ୍ତ ପଟ୍ଟନାୟକ, ଏଚଡ଼ିଏଫସିର ବରିଷ୍ଠ ଅଧିକାରୀ ଅନିମେଷ ସିସମାନ, ପ୍ରୟତ୍ନ ସିଇଓ ମଳୟ କୁମାର, ବରିଷ୍ଠ ଶିକ୍ଷାବିତ ସୁଦାମ ବେହେରା, ବିଜେପି ମଣ୍ଡଳ ସଭାପତି ଧର୍ମାନନ୍ଦ ସେଣ, ଚିଲିକା ବ୍ଲକ୍ କିସାନ୍ ସଂଘ ସଭାପତି ଦାମୋଦର ସ୍ବାଇଁ, ବରିଷ୍ଠ ଶିକ୍ଷାବିତ ପ୍ରମୋଦ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ଅଖିଳ କୁମାର ପଲେଇ,ଶରତ ଚନ୍ଦ୍ର ବରାଳ,ଦେବୀ ପ୍ରସାଦ ରଥ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ ପ୍ରୟତ୍ନ ସଂସ୍ଥାର ପ୍ରୋଜେକ୍ଟ ଅଫିସର ବବ୍ଲୁ ମନ୍ନା, ସରୋଜ କାନ୍ତ ରାଉତ, ଆଦିତ୍ୟ ପ୍ରଧାନ, ଆଶୁତୋଷ ନାୟକ, ପ୍ରଜ୍ଞା ପରମିତା ବିଶ୍ଵାଳ, ନମ୍ରତା ରାଣୀ ସାହୁ, ବର୍ଷାରାଣୀ ରାଉଳ, ଲକ୍ଷ୍ମୀପ୍ରିୟା ଦାସ, ଗଣେଶ ରେଙ୍ଗି, ଗଜେନ୍ଦ୍ର ଘଡେଇ ଓ ନମିତା ପରିଡ଼ା।,

Leave a Reply

Your email address will not be published. Required fields are marked *