କମ୍ରେଡ଼ ସୁଧାଂଶୁ ପଣ୍ଡାଙ୍କ ବିୟୋଗ

ବ୍ରହ୍ମପୁର ର ବିଶିଷ୍ଟ ସିପିଆଇ ନେତା, ବରିଷ୍ଠ ଆଇନଜୀବୀ, ସୁବକ୍ତା ତଥା ବହୁ ଜନ ଆନ୍ଦୋଳନର ନେତା କମ୍ରେଡ଼ ସୁଧାଂଶୁ ଶେଖର ପଣ୍ଡାଙ୍କର ଜାନୁୟାରୀ ୧ ତାରିଖ ମଧ୍ୟରାତ୍ରରେ ବିୟୋଗ ହୋଇ ଯାଇଛି । ତାଙ୍କୁ ୭୨ ବର୍ଷ ହୋଇଥିଲା।୧୯୬୯ ମସିହାରେ ଅଖିଳ ଭାରତ ଛାତ୍ର ସଂଘ ରେ ଯୋଗଦେଇ ଗଂଜାମ ଜିଲ୍ଲାରେ ଛାତ୍ରସଂଘର ଜଣେ ବଳିଷ୍ଠ ସଂଗଠକ ଓ ସଂଗ୍ରାମୀ ନେତା ଭାବରେ ବହୁ ଛାତ୍ର ଆନ୍ଦୋଳନର ନେତୃତ୍ଵ ବହନ କରିଥିଲେ। ଛାତ୍ର ଜୀବନରୁ କମ୍ୟୁନିଜମ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ସିପିଆଇ ରେ ଯୋଗଦାନ କରି ମୃତ୍ୟୁ ପର୍ୟ୍ୟନ୍ତ ଅନେକ ଜନ ଆନ୍ଦୋଳନର ନେତୃତ୍ଵ ନେଇଥିଲେ । ତାଙ୍କୁ ମିଥ୍ୟା ମୋକଦ୍ଦମା ରେ ଅନେକ ବାର ଜେଲଯିବାକୁ ହୋଇଛି । ଜଣେ ଆଇନଜୀବୀ ଭାବରେ ସେ ସଫଳତାର ସହିତ ଗରିବ ଲୋକଙ୍କ ପକ୍ଷ ରେ ଲଢିବହୁ ମକଦ୍ଦମାରେ ସଫଳତା ହାସଲ କରିଛନ୍ତି। ଗଞ୍ଜାମ ଜିଲ୍ଲା ବାର୍ ଆସୋସିଏସନ ର ଦୁଇ ଦୁଇଥର କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି ଏବଂ ବ୍ରହ୍ମପୁର ରେ ହାଇକୋର୍ଟର ବେଞ୍ଚ୍ ପ୍ରତିଷ୍ଠା ଲାଗି ଆଇନଜୀବୀ ମାନଙ୍କର ଐକ୍ୟବଦ୍ଧ ଆନ୍ଦୋଳନ ରେ ନେତୃତ୍ଵ ନେଇ ସମସ୍ତଙ୍କ ପ୍ରୀୟଭାଜନ ହୋଇଥିଲେ । ତାଙ୍କର ଦୁଇପୁତ୍ର କ୍ୟାଷ୍ଟ୍ରୋ ଓ ପାବ୍ଲୋ ଆଇନଜୀବୀ ହୋଇଛନ୍ତି । ତାଙ୍କର ବିୟୋଗ ରେ ବ୍ରହ୍ମପୁରରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମରଶରୀରକୁ ପାର୍କ ସାହିସ୍ଥିତ ସିପିଆଇ କାର୍ଯ୍ୟାଳୟ କୁ ନିଆଯାଇ ଥିଲା । ତାଙ୍କର ମରଶରୀର ଉପରେ ଲାଲ ପତାକା ଅର୍ପଣ କରି ସମ୍ମାନ ଜଣାଇଥିଲେ ଜିଲ୍ଲା ପାର୍ଟି ସଂପାଦକ ପ୍ରକାଶ ପାତ୍ର, ସହସଂପାଦକ ସାଥୀ ନୀଳକଣ୍ଠ ଦାଶ । ପାର୍ଟି ଆଞ୍ଚଳିକ ସଂପାଦକ କାମଦେବ ନାହାକ, ଚମାଖଣ୍ଡି ଆଞ୍ଚଳିକ ସଂପାଦକ ଜନାର୍ଦ୍ଦନ ରେଡ୍ଡୀ, ଶ୍ରମିକ ନେତା ପ୍ରବୀଣ ଦାଶ,ମହମ୍ମଦ ଉଷାମାନ,ଗାଗାରିନି ନାୟକ, ରବୀନ୍ଦ୍ର ନାୟକ,R ବିଜୟ ଲଷ୍ମୀପ୍ରିୟା, ଅବନୀ ଗୟା, ରିହିତ ବିଷୋୟୀ , ଟୁଟୁ ପାତ୍ର, ମହେନ୍ଦ୍ର ପାତ୍ର ବିଶ୍ୱଜିତ ପାତ୍ର ଏବଂ ବ୍ରହୁପୁରର ବହୁ ଆଇନଜୀବୀ, ସାଥୀ ଓ ସହୋଦର ଏବଂ ସମର୍ଥକ ଶେଷ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଂଜଳି ଜଣାଇଛନ୍ତି ସିପିଆଇ ଜାତୀୟ ସଂପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ, ରାଜ୍ୟ ନେତା ପ୍ରଶାନ୍ତ ପାଟ୍ଟଯୋଶୀ, CPM ଜିଲ୍ଲା ସମ୍ପାଦକ ଯୁଦିଷ୍ଠିର ବେହେରା,ଭାଲ ଚନ୍ଦ୍ର ସଂଡ଼ଙ୍ଗୀ, ପୃବର୍ତନ ଲୋକସଭା ସଭ୍ୟ ଚନ୍ଦ୍ରଶେଖର ସାହୁ, ପୃବର୍ତନ ବିଧାୟକ ବିକ୍ରମ ପଣ୍ଡା ଏବଂ ଅନେକ ସାଥୀ।

Leave a Reply

Your email address will not be published. Required fields are marked *