ନିମ୍ନମାନର କଂକ୍ରିଡ ରାସ୍ତା ନିର୍ମାଣ

ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ସରକାରଙ୍କ ରାଜକୋଷରୁ ବହୁଳ ଅର୍ଥ ବ୍ୟୟବରାଦ କରାଯାଇ ରାସ୍ତାଘାଟ ନିର୍ମାଣ କରାଯାଉଛି । କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ କାର୍ଯ୍ୟରେ ନିୟୋଜିତ ନହୋଇ ଠିକାଦାରମାନଙ୍କୁ ନିଜ ହାତବାରିସୀ ସଜାଇ ନିଜକୁ ସୁହାଇଲା ଭଳି କାର୍ଯ୍ୟ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ଗ୍ରାମପଞ୍ଚାୟତର ଯୋଗିଡିହି କାମନାସାହିରେ ଏକ ସ୍ଥାନରେ ବିନା ସୂଚନା ଫଳକରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଏବଂ କାମାକ୍ଷାନଗର ବ୍ଲକ ସମିତି ତରଫରୁ କୋଟଗରା ପଞ୍ଚାୟତର ଶାଳିଆଗ୍ରାମରେ ଏକ ସ୍ଥାନରେ ସୁଚନା ଫଳକ ଲେଖାଥିବା ଓ ଯୋଗିଡିହ କାମନାସାହି ଠାରେ ବିନା ସୂଚନା ଫଳକରେ ନିମ୍ନମାନର କଂକ୍ରିଡି ରାସ୍ତା ନିର୍ମାଣ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *