ସି.ବି.ଏସ.ଇ ପରୀକ୍ଷା ଫଳ ତୃଟି ନେଇ ସ୍କୁଲ ସମ୍ମୁଖରେ ଧାରଣା
ଦଶମ ଶ୍ରେଣୀ ସି.ବି.ଏସ.ଇ ପରୀକ୍ଷା ତୃଟିକୁ ନେଇ ସ୍କୁଲ ସମ୍ମୁଖରେ ଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ପୁରୀ ଜିଲ୍ଲା ସଦର ଥାନା ବାଲିଘାଇ ଠାରେ ଥିବା ବେସରକାରୀ ସ୍କୁଲ ଚନ୍ଦ୍ରଶେଖର ଏକାଡେମୀ ସମ୍ମୁଖରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିବାବକ ମାନେ ଧାରଣା ଦେଇଥିବା ବେଳେ ସ୍କୁଲ ଅଧକ୍ଷ ଟଙ୍କା ଲାଞ୍ଚ ନେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କ ଜୀବନ ଉପରେ ଖେଳିଛନ୍ତି ଖେଳ। ଯେଉଁ ପିଲା ୯୫ ପ୍ରତିଶତ ନମ୍ବର ରଖିବା କଥା ତାଙ୍କୁ ୫୫ ପ୍ରତିଶତ ନମ୍ବର ଦିଆଯାଇଛି। ଯେଉଁ ମାନେ ମୋଟା ଅଙ୍କର ଟଙ୍କା ଦେଇଛନ୍ତି ସେମାନଙ୍କ ପିଲାଙ୍କୁ ଅଧିକ ନମ୍ବର ଦିଆଯାଇଛି । ଯେଉଁ ମାନେ ୯୫ ପ୍ରତିଶତ ନମ୍ବର ରଖିଛନ୍ତି ସେମାନେ ଫେଲ୍ ହେବାକଥା କିନ୍ତୁ ସେମାନେ ୯୫ ପ୍ରତିଶତ ନମ୍ବର ପାଇଲେ କିପରି ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ ଓ ଅଭିଭାବକମାନେ।
୧୦୦ରୁ ଉର୍ଦ୍ଧ୍ବ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥି ମଧ୍ୟରୁ ୨୫ରୁ ଉର୍ଦ୍ଧ୍ବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ନେଇ ଅଧିକ ଟଙ୍କା ଲାଞ୍ଚ ପାଇଁ ଖେଳ ଖଳିଛନ୍ତି ଅଧକ୍ଷ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ର ଛାତ୍ରୀ ।
ସେପଟେ ଅଭିଭାବକଙ୍କ କହିବା କଥା, ୨୦ ଦିନରୁ ଉର୍ଦ୍ଧ୍ବ ହେବ ଚନ୍ଦ୍ରଶେଖର ଏକାଡେମୀ ଶିକ୍ଷା କେନ୍ଦ୍ରରେ କତୃପକ୍ଷଙ୍କୁ କହିବା ସତ୍ୱେ କତୃପକ୍ଷ କୋୖଣସି କଥା ସୁଣୁନାହାନ୍ତି କି ଏଠାକୁ ଆସୁନାହାନ୍ତି । ଯଦି ତିନିଦିନ ମଧ୍ୟରେ କୋୖଣସି ସମାଧାନ ନକରିନ୍ତି ତେବେ ସ୍କୁଲ ତାଲା ପକାଇବା ସହ ରାଜରାସ୍ତାକୁ ଅବରୋଧ କରିବୁ ବୋଲି ଅଭିଭାବକମାନେ କହିଛନ୍ତି।
