ଶଙ୍ଖ ବେପାରଙ୍କୁ ସଂଘବଦ୍ଧ ଆକ୍ରମଣ
ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଯାତ୍ରିକା ପାର୍କିଂ ନିକଟରେ ଶଙ୍ଖ ବେପାର କରୁଥିବା ବ୍ୟକ୍ତିଙ୍କୁ ଆକ୍ରମଣ କରିଛନ୍ତି ଦୁଇ ଜଣ ବ୍ୟକ୍ତି l ଆକ୍ରମଣରେ ଗୌଡ଼ବାଡ଼ ସାହିର ଶଙ୍ଖ ବେପାରୀ ସହଦେଵ ବେହେରା ଆହତ ହୋଇ ସଦର ମୁଖ୍ୟ ଚିକିର୍ସାଳୟରେ ଚିକିର୍ସିତ ହେଉଛନ୍ତି l ସହଦେଵଙ୍କ ଛାତିରେ ଗୁରୁତର ଆଘାତ ଲାଗିଛି l ଯାତ୍ରିକା ପାର୍କିଙ୍ଗ ନିକଟରେ ସହଦେଵ ପ୍ରତିଦିନ ବୁଲି ବୁଲି ଶଙ୍ଖ ବେପାର କରିଥାନ୍ତି | ତାଙ୍କୁ ଦୁଇ ଜଣ ବ୍ୟକ୍ତି କିଛି ଦିନ ହେବ ଶଙ୍ଖ ବେପାର କରାଇଦେବୁନୁ କହି ଧମକ ଚମକ ଦେଇଆସୁଥିଲେ | ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ସମ୍ପୃକ୍ତ ବ୍ୟକ୍ତି ଦୁଇଜଣ ଶଙ୍ଖ ଧରି ସହଦେଵଙ୍କ ଛାତିକୁ ମାରିଥିଲେ l ଏ ଘଟଣା ନେଇ ବଲିଆପଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି l
