ସିଦ୍ଧାନ୍ତ ଦର୍ପଣ

            ସିଦ୍ଧାନ୍ତ ଦର୍ପଣ

   🖊️କବିରତ୍ନ ନୂତନ କୁମାର ବେହେରା

ଜ୍ୟୋତିଷ ବିଦ୍ୟାର ଅନନ୍ୟ ବୃହତ ଗ୍ରନ୍ଥ
‘ ସିଦ୍ଧାନ୍ତ ଦର୍ପଣ ‘ ନାମରେ ସୁପ୍ରସିଦ୍ଧ
ନିର୍ଭୁଲ ଗଣନା କ୍ଷେତ୍ରର କରେ ସହାୟତା
ଜ୍ୟୋତିର୍ବିଦ ପଣ୍ଡିତଙ୍କ ଏ ମାର୍ଗ ଦର୍ଶକ
ପ୍ରତିଟି ହିସାବକୁ କରେ ଶତ ପ୍ରତିଶତ ସିଦ୍ଧ
ଗ୍ରହ ନକ୍ଷତ୍ରମାନଙ୍କ ଗତିବିଧି ଆବର୍ତ୍ତନକୁ
ଦୈନିକ ବାର୍ଷିକ ଗତିକୁ ସଠିକ୍ କରେ ନିର୍ଦ୍ଧାରଣ
ଚନ୍ଦ୍ରଗ୍ରହଣ ସୂର୍ଯ୍ୟପରାଗ ଠାରୁ ଦୂରତା ମାପ
ପୃଥିବୀର ଗତିରେ ସମୟର ଦିଏ ପ୍ରମାଣ
ସିଦ୍ଧାନ୍ତ ଦର୍ପଣ ଓଡ଼ିଆ ଜାତିର ଶ୍ରେଷ୍ଠ ସମ୍ପଦ
ରଚନା କରିଛନ୍ତି ପଣ୍ଡିତ ପଠାଣି ସାମନ୍ତ
ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର
ତାଙ୍କର ପୁରା ନାମ ସାରା ବିଶ୍ବରେ ବିଖ୍ୟାତ
ଓଡ଼ିଶାର ନୟାଗଡ଼ ଖଣ୍ଡପଡ଼ା ରାଜବଂଶେ
ସାମନ୍ତ ଚନ୍ଦ୍ରଶେଖର ହୋଇଥିଲେ ଜାତ
ମାତା ବିଷ୍ଣୁମାଳୀ ଦେବୀ ପିତା ଶ୍ୟାମବନ୍ଧୁ
କୋଳେ ହୋଇଥିଲେ ଲାଳିତ ପାଳିତ
ବାଲ୍ୟକାଳରୁ ଥିଲେ ବିଚକ୍ଷଣ ମେଧାବୀ
ଏକାଗ୍ରଚିତ୍ତରେ ଶାନ୍ତ ଉଦାର ଅଧ୍ୟବସାୟୀ
ସାମାନ୍ୟ ଦୁଇଟି ବାଉଁଶ ନଳୀରେ ମାପି
ଗ୍ରହ ନକ୍ଷତ୍ରର ଗତି କହି ପାରୁଥିଲେ ଧ୍ୟାୟୀ
ଅସାମାନ୍ୟ ଅସାଧାରଣ ଯାହା ତା’ ସିଦ୍ଧ କରି
ଦୀର୍ଘ ତେଇଶ ବର୍ଷରେ କରିଥିଲେ ସୃଜନା
ରଚିଥିଲେ ତାଳପତ୍ରରେ ସିଦ୍ଧାନ୍ତ ଦର୍ପଣ
ସଂସ୍କୃତ ଶ୍ଳୋକରେ ଯା’ର ନାହିଁ ତୁଳନା
ଦୁଇ ହଜାର ପାଞ୍ଚ ଶହ ଶ୍ଳୋକ ସମ୍ବଳିତ
ତନ୍ମଧ୍ୟରୁ ୨୨୮୪ ଶ୍ଳୋକ ତାଙ୍କ ଦ୍ବାରା ରଚିତ
ଅବଶିଷ୍ଟ ପ୍ରାଚୀନ ସିଦ୍ଧାନ୍ତ ମଧ୍ୟରୁ ଗୃହୀତ
ସିଦ୍ଧାନ୍ତ ଦର୍ପଣ ଜ୍ୟୋତିଷ ଶାସ୍ତ୍ରରେ ବୃହତ
ସର୍ବଜନ ମୁଖେ ପ୍ରଶଂସା ତାର ହୁଏ ନିନାଦିତ
ଆଠମଲ୍ଲିକର ରାଜା ମହେନ୍ଦ୍ର ଦେଓ ଓ
ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ
ଉଭୟଙ୍କର ଆର୍ଥିକ ସହାୟତା କ୍ରମେ
କଲିକତାରେ ହୋଇଥିଲା ଏ ଗ୍ରନ୍ଥଟି ମୁଦ୍ରିତ
ପଣ୍ଡିତ ଚନ୍ଦ୍ରଶେଖରଙ୍କୁ ମହାମହୋପାଧ୍ୟାୟ
ସମ୍ମାନାସ୍ପଦ ଉପାଧିରେ କରାଯାଇଥିଲା ବିଭୂଷିତ
ବରେଣ୍ୟ ବରପୁତ୍ର ସାମନ୍ତ ଚନ୍ଦ୍ରଶେଖର
ବିଶ୍ବେ ଜ୍ୟୋତିର୍ବିଦ ଭାବେ ରହିଛନ୍ତି ଅମର
ସିଦ୍ଧାନ୍ତ ଦର୍ପଣରେ ପ୍ରତିବିମ୍ଵିତ ହୁଏ ତାଙ୍କ ଯଶ
ତାଙ୍କର ଯେତେ ଗୁଣାଗାନ କଲେ ହୁଏନା ଶେଷ
ଅନନ୍ୟ ପ୍ରତିଭାଧାରୀ ଭାବେ ସେ ମହାନ
ମଥାନତ କରି ତାଙ୍କୁ ହୃଦୁ ଜଣାଉଛି ସମ୍ମାନ।

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,
 କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *