ପୂର୍ବତନ ପ୍ରାଧ୍ୟାପକ ତଥା ଏନ୍ ସି ସି ମେଜର ବସନ୍ତ କୁମାର ନରେନ୍ଦ୍ରଙ୍କ ବିୟୋଗରେ ଶୋକ ସଭା
ପୂର୍ବତନ ପ୍ରାଧ୍ୟାପକ ତଥା ଏନ୍ ସି ସି ମେଜର ବସନ୍ତ କୁମାର ନରେନ୍ଦ୍ରଙ୍କ ବିୟୋଗରେ ଶୋକ ସଭା ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଇତିହାସ ବିଭାଗର ପ୍ରାଧ୍ୟାପକ ତଥା ମେଜର ବସନ୍ତ କୁମାର ନରେନ୍ଦ୍ର ଙ୍କ ବିୟୋଗରେ ଅଧ୍ୟକ୍ଷା ଶ୍ରୀମତୀ ଅମିତା ମହାନାୟକ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଡ ରବୀନ୍ଦ୍ର ନାଥ ପାଢ଼ୀ, ପ୍ରବୀର କୁମାର ବେହେରା, ସ୍ଵପ୍ନାରାନି ମିଶ୍ର, ବିଭୂତି ଭୂଷଣ ସାମନ୍ତ ସିଂହାର , ସୁଚରିତା ସାହୁ, ପ୍ରିୟଦର୍ଶିନୀ ସାହୁ, ସହଦେବ ପରିଡ଼ା, ଡ ଉତ୍ତମ କୁମାର ମଣ୍ଡଳ ସହିତ ଅନେକ ଛାତ୍ର ଛାତ୍ରୀ ସ୍ବର୍ଗତ ନରେନ୍ଦ୍ର ସାର୍ ଙ୍କ ସ୍ମୃତି ଚାରଣ କରିଥିଲେ ।

ସାର୍ ଙ୍କ 35 ବର୍ଷର ଚାକିରୀ ଜୀବନରେ ଗୋପ କଲେଜ, କସରଦା କଲେଜ, ମଙ୍ଗଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ ସମ୍ପାଦନା କରିଥିଲେ। ସେ ଜଣେ ମିଷ୍ଟଭାଷୀ, ସାହାସୀ, ବନ୍ଧୁ ବାତ୍ସଳ ସୁ ଅଧ୍ୟାପକ ଭାବେ ବେଶ୍ ପରିଚିତ ଥିଲେ।
