ବିଦ୍ୟାଳୟ ସଭାପତି ଙ୍କ ବିୟୋଗ ରେ ଶୋକସଭା

ବିଦ୍ୟାଳୟ ସଭାପତି ଙ୍କ ବିୟୋଗ ରେ ଶୋକସଭା।
ରଘୁନାଥପୁର :-)ରଘୁନାଥପୁର ଶିକ୍ଷା ମଣ୍ଡଳଅଧିନ ଧରାଧରପୁର ପଞ୍ଚାୟତ ତଥା ଅଞ୍ଚଳର ଅଗ୍ରଣୀ ଶିକ୍ଷାଅନୁଷ୍ଠାନ କୁତାମଚଣ୍ଡୀ ବିଦ୍ୟାମନ୍ଦିର ପରିଚାଳନା କମିଟି ର ସଭାପତି ଦୣଢବ୍ରତ ନାୟକଙ୍କ ବିୟୋଗ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କିଶୋର ମହାନ୍ତି ଙ୍କ ପୈରାହ୍ୟତରେ ବିଦ୍ୟାଳୟ ପରିଷରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ବର୍ଗତ ଆତ୍ମାଙ୍କ ସଦଗତି ପ୍ରାପ୍ତି ନିମନ୍ତେ ୨ମିନିଟ ନିରବ ପ୍ରର୍ଥନାକରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଏଥିରେ ଶିକ୍ଷକ ଭକ୍ତବତ୍ସଳ ସ୍ଵାଇଁ, ପାବନି ଚରଣ ବିଶ୍ବାଳ ଓ ଅଶୋକ କୁମାର ରାଉତ ଙ୍କ ସମେତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସ୍ଵର୍ଗତ ଆତ୍ମା ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କର ସୣତିଚାରଣ କରିଥିଲେ।ସ୍ଵର୍ଗତ ଶ୍ରୀ ନାୟକଙ୍କ ବିୟୋଗ ରେ ବିଦ୍ୟାଳୟ ର ଅପୂରଣୀୟ କ୍ଷତିଘଟିଛି।ସେ ଜଣେ ଏକଧାରରେ ସମାଜସେବୀ,ଶିକ୍ଷାବିତ,ଶିଶୁବତ୍ସଳ ଥିଲେ।ତାଙ୍କ ମରଶରୀର ଏ ଧରାଧାମ ଛାଡି ଚାଲିଯାଇଥିଲେବି ତାଙ୍କ ଆତ୍ମା ଏହି ବିଦ୍ୟାଳୟ ରେ ଚିରଦିନ ପାଇଁ ଆମମାନଙ୍କ ଗହଣରେ ଥିବ ଓ ଏହି ଅନୁଷ୍ଠାନ କୁ ଶୁଭଦୣଷ୍ଟିରେ ଚାହିଁ ଥିବ।ତାଙ୍କ ତ୍ୟାଗ ନିକଟରେ ଏ ଅନୁଷ୍ଠାନ ଚିରରୁଣି ହୋଇ ରହିଥିବ ବୋଲି ମତପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *