ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗରେ ଶୋକ ଶିକ୍ଷା

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଙ୍କ ବିୟୋଗରେ ଶୋକ ଶିକ୍ଷା କ୍ଷେତ୍ରରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ବନସୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରିଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ଦାସ ଆଉ ନାହାନ୍ତି। କେବଳ ଶିକ୍ଷକତା ନୁହେଁ ସମାଜ ସେବା ରେ ସେ ଥିଲେ ମୁଖ୍ୟ ବିନ୍ଧାଣି। ଜଣେ କର୍ତ୍ତବ୍ୟନିଷ୍ଠ ସମୟାନୁବର୍ତ୍ତି ଆଦର୍ଶ କୃତି ଶିକ୍ଷକ ହିସାବରେ କୋରାପୁଟ ଜିଲ୍ଲାରେ ସୁପରିଚିତ। କ୍ୟାନସର ରୋଗ ରେ ପିଡୀତ ହୋଇ ବିଶାଖାପାଟଣା ର ହୋମି ଭାବା କ୍ଯାନସର ଗବେଷଣା କେନ୍ଦ୍ର ରେ ଚିକିତ୍ସା ଆରମ୍ଭ କରିଥିବା ଶ୍ରୀ ଦାସ ଆର୍ଥିକ ଅନାଟନ ଦେଇ ଗତି କରିଥିଲେ। ସେପ୍ଟେମ୍ବର ମାସ ସତର ତାରିଖ ପବିତ୍ର ବିଶ୍ଵକର୍ମା ପୂଜା ଦିନ ସେ ଇହଲିଳା ସମ୍ବରଣ କରିଥିଲେ। ତାଙ୍କ ବିୟୋଗ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଭୀର ମ୍ରିୟମାଣ ହୋଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାର‌ବର୍ଗ‌‌‌ ଙ୍କୁ ସମବେଦନା ଜ୍ଞାପନ କରିଥିଲେ। ତାଙ୍କ ସହିତ ଓଡ଼ିଶା ର ସମସ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଗଭୀର ମ୍ରିୟମାଣ ହୋଇ ଶୋକ ପ୍ରକାଶ କରି ସମବେଦନା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *