ସ୍ୱଚ୍ଛ, ଅବାଧ ଓ଼ ଶାନ୍ତିପୂର୍ଣ ନିର୍ବାଚନ ପାଇଁ ପୋଲିସ ଅଧିକାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସ୍ୱଚ୍ଛ, ଅବାଧ ଓ଼ ଶାନ୍ତିପୂର୍ଣ ନିର୍ବାଚନ ପାଇଁ ପୋଲିସ ଅଧିକାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ lରାୟଗଡ-(ସ୍ବପ୍ର)-ସ୍ଥାନୀୟ ରାୟଗଡ ଜିଲ୍ଲାପରିଷଦ ସଦଭାବନା ସମ୍ମିଳନୀ କକ୍ଷରେ ଚଳିତ ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ,ଅବାଧ ଓ଼ ଶାନ୍ତି ପୂର୍ଣ୍ଣ ଭାବରେ ଆୟୋଜନ କରିବା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରୟଗଡ଼ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ପୋଲିସ ଅଧିକାରୀ ମାନଙ୍କର ଏକ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,l ନିର୍ବାଚନ ଆୟୋଜନରେ ପୋଲିସ ବିଭାଗର ପ୍ରମୁଖ ଭୂମିକା ରହିଥିବାରୁ ପ୍ରାକ ତାଲିମର ଆବଶ୍ୟକତା ମନେ କରି ନିର୍ବାଚନ ମାଷ୍ଟର ଟ୍ରେନର ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି l

ଅlଗାମୀ ସାଧାରଣ ନିର୍ବାଚନ ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ କିଛିଦିନ ମଧ୍ୟରେ ଆଚାର ସହିଂତା ନିର୍ବାଚନ ଅlଯୁକ୍ତ ଲାଗୁ କରିବା ପରେ ଜିଲ୍ଲାରେ ମୁକ୍ତ, ଅବାଧ ଓ ସ୍ଵଛ ଭାବରେ ନିର୍ବାଚନ ଯେପରି ଆୟୋଜିତ ହେବ ସେଥି ପାଇଁ ସଜାଗ ରହିବl ଓ଼ ଦୁର୍ବଳ ଭୋଟ କେନ୍ଦ୍ର ଗୁଡିକର ସୁରକ୍ଷା ପ୍ରଦାନ କରିବା ଉପରେ ପଦକ୍ଷେପ ପାଇଁ ତାଲିମ ପଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦେଶରେ ଅତରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଲାପରିଷଦ ମୁଖ୍ୟ ବିକାଶ ଅଧିକାରୀ ନିହାର ରଞ୍ଜନ କହଁର, ପିଏ ଆଟିଡିଏ, ରାୟଗଡ ଦିଲିପ କୁମାର ବେହେରା, କଲ୍ୟାଣ ସିଂପୁର ତହସିଲଦାର ରଞ୍ଜନ ମlନସେଠ, ବିଷମକଟକ ତହସିଲଦାର କେ. ଭେଙ୍କେଟେଶ୍ୱର ରାଓ, ମୁନିଗୁଡ଼ା ତହସିଲଦାର ଏମ୍ ଅନୁରାଧା,କାଶୀପୁର ତହସିଲଦାର ସୁନୀଲ ପ୍ରଧାନ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟଞ୍ଜୟ ବରାଳ ପ୍ରମୁଖ ତାଲିମ ପ୍ରଧାନ କରିଥିଲେ lଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ, ଓ ଅନ୍ୟାନ୍ୟ ଆରୋକ୍ଷୀ ଅଧିକାରୀମାନେ ତାଲିମ ଗ୍ରହଣ କରିଥିଲେ l

ରିପୋର୍ଟ-ନୃସିହ ଚରଣ ବାରିକ reporter

Leave a Reply

Your email address will not be published. Required fields are marked *