ସରକାରୀ ବିଦ୍ୟାଳୟରେ ଅଧ୍ୟୟନ ରତ ବିଦ୍ୟାର୍ଥୀ ମାନଙ୍କର ଉତ୍କୃଷ୍ଟ ପରୀକ୍ଷାଫଳ ଏବଂ ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ସକାଶେ ପ୍ରଧାନ ଶିକ୍ଷକ ମାନଙ୍କର ସମ୍ମିଳନୀ ।

ନବରଙ୍ଗପୁର ତା ୨୫.୧୦.୨୦୨୫: ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ନବରଙ୍ଗପୁର ଛତ୍ରପତି ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସମ୍ମିଳନୀ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଉପ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଜିଲ୍ଲା ଛାତ୍ରପୃତି ସଂଯୋଜକ, ପ୍ରୋଗ୍ରାମ ମ୍ୟାନେଜର, ପିରାମଲ୍ ଫାଉଣ୍ଡେସନ, ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଜିଲ୍ଲା ରେ ସୁପର -୧୦୦ ଆରମ୍ଭ କରିବା ପାଇଁ ହୋଇଥିବା ସ୍କ୍ରିନି ର ଫଳାଫଳ ଉପରେ ସମୀକ୍ଷା କରାଯାଇଥିଲା । କିପରି ଭାବେ ଜିଲ୍ଲାରେ ଛାତ୍ର ଛାତ୍ରୀ ମାନଙ୍କର ପରୀକ୍ଷାଫଳ ମାର୍କରେ ବୃଦ୍ଧି ହେବ ତାହା ଉପରେ କାର୍ଯ୍ୟକାରୀ ଯୋଜନା ତିଆରି କରାଯାଇଥିଲା ।

ଆଗାମୀ ଦଶମ ବୋର୍ଡ଼ ପରୀକ୍ଷାରେ ଜିଲ୍ଲାରେ କିପରି ଅଧିକ A -୧, A-୨ ଫଳାଫଳ ଅଧିକ ହେବ ତାହା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଜିଲ୍ଲା ରେ କିପରି ୧୦୦% ଛାତ୍ର ଛାତ୍ରୀ ଆଗାମୀ ମାଟ୍ରିକ ପରୀକ୍ଷାରେ ସଫଳ ହେବେ ,ତାହା ଆଲୋଚନା କରାଯାଇଥିଲା । ଜିଲ୍ଲା ଦ୍ଵାରା ପ୍ରସ୍ତୁତ “ସ୍ପାର୍କ” ମାଧ୍ୟମରେ ପ୍ରସ୍ତୁତ ୧ ଲକ୍ଷ୍ୟ ପ୍ରଶ୍ନପତ୍ର କୁ ଛାତ୍ରମାନଙ୍କୁ ପଢ଼ାଇବା ପାଇଁ କୁହାଯାଇଥିଲା । ପ୍ରଧାନ ଶିକ୍ଷକ ମାନଙ୍କୁ ୧୦୦ ଦିନିଆ କାର୍ଯ୍ୟ ଯୋଜନା କରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲା ମଙ୍ଗଳ ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କୁ ମିଳୁଥିବା ଛାତ୍ରବୃତ୍ତି ବିଷୟରେ ଆଲୋଚନା କରିଥିଲେ। ଏହି ବର୍ଷ ଠାରୁ ପ୍ରାକ୍ ଛାତ୍ରବୃତ୍ତି ପାଇଁ ଓ .ଟି . ଆର୍ କରିବା ଆବଶ୍ୟକ ଅଛି, ସେଥିପାଇଁ ଶିକ୍ଷକ ମାନେ କିପରି ଓ . ଟି. ଆର୍ କରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଶିକ୍ଷା ବର୍ଷରେ କିପରି ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ୧୦୦% ଛାତ୍ର ଛାତ୍ରୀ ପାଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା । ଏହାସହିତ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ରେ କିପରି ନବମ ଏବଂ ଏକାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜନଜାତି ପିଲାମାନଙ୍କୁ ୫୦୦୦ ଟଙ୍କା ମିଳିବ ତା ଉପରେ ଆଲୋଚନା ହୋଇଥିଲା। ସେହିପରି ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ୩୫୦୦ ଟଙ୍କାରୁ ଆରମ୍ଭ କରି ୭୦୦୦ ଟଙ୍କା ସର୍ତ୍ତ ଅନୁସାରେ ମିଳିଥାଏ । ସରକାରି ବିଦ୍ୟାଳୟରେ ଅଧ୍ୟୟନ ରତ ସମସ୍ତ ଛାତ୍ର ଛାତ୍ରୀ ଯାହାର ପରିବାରର ମାସିକ ଆୟ ଦୁଇ ଲକ୍ଷ୍ୟ ପଚାଶ ହଜାର ରୁ କମ ହେବା ଆବଶ୍ୟକ ଏବଂ ଅର୍ଦ୍ଧ ସରକାରୀ ବିଦ୍ୟାଳୟର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ହିଁ ପାଇ ପାରିବେ । ପ୍ରାକ୍ ମାଟ୍ରିକ ଛାତ୍ର ବୃତ୍ତି ରାଜ୍ୟ ଛାତ୍ର ବୃତ୍ତି ପୋର୍ଟାଲ ରେ ଏବଂ ଓ. ଟି. ଆର୍ ଜାତୀୟ ଛାତ୍ର ବୃତ୍ତି ପୋର୍ଟାଲ ରେ ଆବେଦନ କରାଯାଇପାରିବ । ଛାତ୍ର ବୃତ୍ତି ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ବର ୨୦୨୫ ବୋଲି ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *