ଅଷ୍ଟମ ସଂସ୍କରଣ ସହିଦ ରଞ୍ଜନ ସରଙ୍ଗୀ କ୍ରିକେଟ ଟୁର୍ନାମେଣ୍ଟ

ସହିଦ ହାବିଲଦାର ରଞ୍ଜନ ସରଙ୍ଗୀ ନାମରେ ଅଷ୍ଟମ ସଂସ୍କରଣ କ୍ରିକେଟ ଶେଷ ହୋଇଛି ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ ଫାଇନାଲ ମ୍ୟଚରେ ବିଜୟ ଲାଭ କରିଥିବା ଲୟଲ ଲାୟନ କୁ ଏବର୍ଷର ଚମ୍ପିୟାନ କପ ଦେଇଥିଲେ ଏହା ସହ ରନର୍ଷପ କପ ବ୍ଲାକ ପାନ୍ଥର କୁ ପୁରସ୍କୃତ କରିଥିଲେ , ଆଜି ବ୍ଲାକ ପାନ୍ଥର ବନାମ ଲୟଲ ଲାୟନ ମଧ୍ୟରେ ପ୍ରତିଯୋଗିତାରେ ବ୍ଲାକ ପାନ୍ଥର ଅଧିନାୟକ ଦୁଷ୍ମନ୍ତ ସାହୁ ଟଚ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲେ, ଏହା ସହ ଲୟଲ ଲାୟନ ଅଧିନାୟକ ସଂଜୟ ବ୍ୟାଟିଂ କରିଥିଲେ । ଲୟଲ ଲାୟନର ଶ୍ରୀଧରଙ୍କ ଧୂଆଧାର ୧୦୨ ରନରେ ଦଳ ୨୦ ଓଭରରେ ୨୨୫ ରନ କରିଥିଲେ। ୨୨୬ ରନକୁ ପିଛା କରି ବ୍ଲାକ ପାନ୍ଥରର ଜିତେନ୍ଦ୍ର କୁମାର ସ୍ୱାଇଁ ଙ୍କ ଧୂଆ ଧାର ବ୍ୟାଟିଂରେ ୩୯ ବଲରେ ୭୨ ରନ୍ ,ରାଜା ପଣ୍ଡା ୫୦, ଦୀପକ ୪୨ ରନ୍ କରି ଟମ୍ କୁ ବିଜୟର ନିକଟ ବର୍ତ୍ତୀ କରିଥିଲେ । ତ୍ରିଲୋଚନ, ଜିତ୍ରନ୍ଦ୍ର ଦେଓ ଏବଂ ସୁଜିତ୍ ୧୪ ବଲରେ ୧୭ ରନ ଆବଶ୍ୟକ ଥିବାବେଳେ ନାଥ ଙ୍କ ଧୂଆଧାର ବୋଲିଂ କୁ ସାମ୍ନା କରିପାରିନଥିଲେ ଯାହା ଫଳରେ ପରାଜୟ ହୋଇଥିଲେ । ଲୟଲ ଲାୟନ ଶେଷ ଦୁଇ ଓଭର ନାଥ ଏବଂ ବାଘ ଙ୍କ ଦ୍ୱାରା ଜବରଦସ୍ତ ବୋଲିଂ କରି ଟମ୍ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲା । ଏହି ମ୍ଯାଚ ରେ ମ୍ୟାନ ଅଫ ଦ ମ୍ୟାଚ ଶ୍ରୀଧର ପ୍ରଧାନ। ଏହି ଅଷ୍ଟମ ସଂସ୍କରଣ ସହିଦ ରଞ୍ଜନ ସରଙ୍ଗୀ କ୍ରିକେଟ ଟୁର୍ନାମେଣ୍ଟ ରେ ଚାମ୍ପିଅନ୍ ଟମ୍ ଲୟଲ ଲାୟନ, ବେଷ୍ଟ ବ୍ୟାଟସମ୍ୟାନ (ଅରେଞ୍ଜ କ୍ୟାପ୍) ସୁଶାନ୍ତ କୁମାର ସ୍ଵାଇଁ, ବେଷ୍ଟ ବୋଲର୍ (ପର୍ପଲ କ୍ୟାପ୍) ଶୁଭଜିତ୍ ବରାଳ, ଇମର୍ଜେଜିଂ ପ୍ଲେୟାର ରମେଶ କୁମାର ରାଉତ, ମ୍ୟାନ ଅଫ ଦ ସିରିଜ ସୁଶାନ୍ତ କୁମାର ସ୍ଵାଇଁ, ବେଷ୍ଟ ୱିକେଟ୍ କିପର ଦିଲିପ କୁମାର ଛାଟୋଇ, ବେଷ୍ଟ ଫିଲ୍ଡର ଆପଲ ରାଜୁ, ବେଷ୍ଟ କ୍ୟାଚର୍ ରୁଦ୍ର, ବେଷ୍ଟ କ୍ୟାପଟେନ୍ ଦୁଷ୍ମନ୍ତ ସାହୁ, ଫେୟାର ପ୍ଲେ ଆୱାର୍ଡ ଟିମ୍ ହଣ୍ଟର ଚିତା, ରନର୍ସଅପ୍ ଟିମ୍ ବ୍ଲକ୍ ପାନ୍ଥର, ବେଷ୍ଟ ଟେକନିସିଆନ ରମେଶ ଚନ୍ଦ୍ର ପରିଡା, ବେଷ୍ଟ କମେଣ୍ଟର ଗୁରୁ ପ୍ରସାଦ ମହାନ୍ତି ବେଷ୍ଟ ଭଲ୍ଯୁଣ୍ଟର ପ୍ରଶାନ୍ତ କୁମାର ବିଶ୍ଵାଳ, ରତ୍ନାକର ମଲ୍ଲିକ, ହାଜରତ ଅଲ୍ଲୀ ଖାନ୍, ସୂର୍ୟତାପ ଜେନା,ଏବଂ ରଘୁନାଥ ସେଠୀ, ଅମ୍ପାୟାର ସିଦ୍ଧାର୍ଥ ଶଙ୍କର ମଙ୍ଗରାଜ, ପ୍ରଶାନ୍ତ କୁମାର ବିଶ୍ବାଳ, ଗୋପାଲ ଚନ୍ଦ୍ର ଦାସ, ବିଭୂତି କୁମାର ପାଇକରାୟ, ଅରୁଣ ଆଲୋକ ମିଶ୍ର, ବିକ୍ରମ କେଶରୀ ମାଲ, ତ୍ରିଲୋଚନ ହୋତା, ରଞ୍ଜନ ପାଲଇ, ଦିନେଶ କୁମାର ରଥ, ଅଂଶୁମାନ ପ୍ରଧାନ ଏବଂ ଗୁଡୁ ରାଉତରାୟକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିନିତୀ ଅଗ୍ରୱାଲ ପୁରସ୍କାର ପ୍ରଦାନ କରିଥିଲେ । ଏଥି ସହ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଡିସପି ତପନ ଦାସ, ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ, ଆରଇ ଚିତ୍ତରଞ୍ଜନ ମହାନ୍ତି, ସଆଇ ସମୀର ସ୍ୱାଇଁ, ବାସୁଦେବ ପଣ୍ଡା ପୋଲିସ ସଂଘ ସଭାପତି ସନ୍ତୋଷ ମହାନ୍ତି, ଉପ-ସଭାପତି ସନ୍ତୋଷ ସାହୁ, ସେକେଟରୀ ସୂର୍ଯ୍ୟତାପ ଜେନା, କୋଷାଧ୍ୟକ ଦିଲୀପ ଭୋଇ, ପ୍ରହଲ୍ଲାଦ ଭୋଇ, ଆଲୋକ ମିଶ୍ର ପ୍ରଶାନ୍ତ ବିଶ୍ୱାଳ, ରଞ୍ଜନ ପଲେଈ, ଅଂଶୁମାନ ପ୍ରଧାନ, ତ୍ରିଲୋଚନ ହୋତା ଓ ଶୁଭ୍ରଜୀତୀ ବରାଳ ଉପସ୍ଥିତ ରହି ଖେଳକୁ ସୁଚାରୁପେ ପରିଚାଳନା କରିଥିଲେ। ସୂଚନା ଥାଉ କି ରଞ୍ଜନ ସରଙ୍ଗୀ ବ୍ରହ୍ମଗିରିରେ ବୋମା ନିଷ୍କ୍ରିୟ କରିବାକୁ ଯାଇ ବିସ୍ପୋରଣରେ ସହିଦ ହୋଇଥିଲେ।

Leave a Reply

Your email address will not be published. Required fields are marked *