ଡ଼କ୍ଟରେଟ ଉପାଧି ପାଇଥିବା ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ସମ୍ବର୍ଦ୍ଧନା

ମୁରିବାହାଲ, ୧୦/୯/୨୫ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କୁ ଡକ୍ଟରେଟ ଉପାଧି ଲାଭ କରିଥିବା ନେଇ ଇଂରାଜୀ ଅଧ୍ୟାପକ ହୃଦାନନ୍ଦ ପହାଣଙ୍କ ତତ୍ତ୍ୱବଧାନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରି ବାସନ୍ତୀ ସେଠୀ, ସମ୍ମାନୀତ ଅତିଥି ପୂର୍ବତନ ସମ୍ପାଦକ ଧନଞ୍ଜୟ ପଧାନ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ବ୍ଲକ ସରପଞ୍ଚ ସଙ୍ଘ ସଭାପତି ବିଶ୍ୱବିହାରୀ ଯୋଶୀ, ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ ମଞ୍ଚାସିନ ଥିଲେ । ଏହି ଅବସରରେ ମୁରିବାହାଲ ଅଞ୍ଚଳରେ ଥିବା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଯଥା ମୁରିବାହାଲ ଦୁର୍ଗାପୂଜା କମିଟି, ଧନୁଯାତ୍ରା କମିଟି, ଗୋପବନ୍ଧୁ ଯୁବକ ସଙ୍ଘ, ରାମଲୀଳା ପ୍ରଚାର ପ୍ରସାର ସମିତି,ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିସେସନ,ବ୍ଲକ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଚକ୍ରଧର ସାହୁ, ୟୁଜିବି ବିଏମ ରତିକାନ୍ତ ସାହୁ, ଜର୍ଣ୍ଣାଲିଷ୍ଟ ଆସୋସିସେସନ ସଭାପତି ଦୁର୍ଗାନନ୍ଦ ମହାକୁର, ନବୀନ କୁମାର ତାଣ୍ଡି, ପ୍ରେମାନନ୍ଦ ତାଣ୍ଡି, ଗିରିଧାରୀ ସାହୁ, ହୃଦାନନ୍ଦ ବାଗ, ବ୍ୟବସାୟୀ ବନବିହାରୀ ଯୋଶୀ,ମଣ୍ଡଳ ସଭାପତି ନାରାୟଣ ସାହୁ, ସମାଜସେବୀ ଯୁଧିର ବଘାର, ଜିତେନ୍ଦ୍ରିୟ ଭୋଇ,ଅଧ୍ୟାପକ ଅଧ୍ୟାପିକା, ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ, ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଫୁଲତୋଡ଼ା ଓ ଉପଢୌକନ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କରିଥିଲେ। ସେ ରାଜନୀତି ବିଜ୍ଞାନର ଜଣେ ବରିଷ୍ଠ ଅଧ୍ୟାପକ l ଯୁକ୍ତରାଷ୍ଟ୍ର ଆମେରିକା ସ୍ଥିତ ପୃଥିବୀ ପ୍ରସିଦ୍ଧ କେମ୍ରିଜ ଡିଜିଟାଲ ୟୁନିଭର୍ସିଟି ରେ ଡ଼କ୍ଟରେଟ ଉପାଧିରେ ଲାଭ କରିଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ଅନୁଷ୍ଠାନରେ ତଥା ସାରା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସମ୍ବର୍ଦ୍ଧନା ସଭାକୁ ଅଧ୍ୟାପିକା ପୂଜାରାଣୀ ରଥ ଓ ଶାନ୍ତରାମ ପଧାନ ଓ ପରିଚାଳନା କରିଥିବା ବେଳେ ବିକ୍ରମ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *