ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କୁ ସମ୍ବର୍ଦ୍ଧନା

ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟରଙ୍କୁ ସମ୍ବର୍ଦ୍ଧନା ଶ୍ରୀ ମନମୋହନ ଭଞ୍ଜ ପୁରୀ ଜିଲ୍ଲାର ଏକ ଉଦୟମାନ ଟାଏକୋଣ୍ଡୋ କ୍ରୀଡାବିତ ଯିଏ ଓଡିଶା ତଥା ପୁରୀ ଜିଲ୍ଲାରୁ ଏକ ମାତ୍ର ଟାଏକୋଣ୍ଡୋ ଖେଳାଳି ବିଶ୍ୱ ଟାଏକୋଣ୍ଡୋ ମୁଖ୍ୟାଳୟ ଦକ୍ଷିଣ କୋରିଆ ସିଓଲ ସ୍ଥିତ କୁକିୟନ ଠାରେ ଚଳିତ ଜୁଲାଇ ମାସ 6 ତାରିଖରୁ 14ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର କୋର୍ସ ଓ ଅନ୍ତର୍ଜାତୀୟ ପୁମ ଓ ଡାନ ବ୍ଲାକ ବେଲ୍ଟ ପରୀକ୍ଷକ କୋର୍ସରେ ସଫଳତା ହାସିଲ କରିଛନ୍ତିଟାଏକୋଣ୍ଡୋ ଖେଳରେ ଅନ୍ତର୍ଜାତୀୟ ମାଷ୍ଟର କୋର୍ସ କରିବା ସେ ପୁରୀ ଜିଲ୍ଲାର ପ୍ରଥମ ଯାହା ବିଶ୍ୱ ମାନଚିତ୍ର ରେ ଏକ ବଡ ଗର୍ବ ଆଉ ଗୌରବ ଆଣିଦେଛି।ତାଙ୍କୁ ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସମ୍ବର୍ଦ୍ଧିତ କରିବା ସହ ପ୍ରଭୁ ଙ୍କ ଆଶୀର୍ବାଦ ରୁ ଆହୁରି ସଫଳତା ହାସଲ କରି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣନ୍ତୁ ବୋଲି କହିଥିଲେ।କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ମଧ କ୍ରିଡାବିତ ଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Leave a Reply

Your email address will not be published. Required fields are marked *