ଶିକ୍ଷା ବିକାଶ ସମିତିର ମେଧାବୀ ଅଭିନନ୍ଦନ।
ଶିକ୍ଷା ବିକାଶ ସମିତି ଅଧୀନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ସମ୍ବନ୍ଧିତ କରାଯାଇଛି । ସମିତି ପକ୍ଷରୁ ଆଞ୍ଚଳିକ ଶିକ୍ଷା ପୂର୍ତ୍ତ ଅନୁଷ୍ଠାନ ତରଫ ରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟରେ ପ୍ରଥମ ୧୦ଟି ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା। ଅତିଥି ଭାବେ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନରସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହନ୍ତ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରଓ୍ବାଲ, ଶିକ୍ଷା ବିକାଶ ସମିତି ସଭାପତି କିଶୋର ଚନ୍ଦ୍ର ମହାନ୍ତି ଛାତ୍ରଛାତ୍ରୀଙ୍କୁ ଆଗାମୀ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ।

୫୮୪ ନମ୍ବର ରଖି ଯୌଥ ଟପର୍ ହୋଇଥିବା ବବିତା ରଥ, ଚନ୍ଦନ କୁମାର ମହାନ୍ତଙ୍କ ସମେତ ମୋଟ ୩୧ ଜଣଙ୍କୁସମ୍ବଦ୍ଧିତକରାଯାଇଥିଲା। ୬୦ ପ୍ରତିଶ-ତରୁ ଅଧିକ ମାର୍କ ରଖି ସମସ୍ତ ଶିକ୍ଷାର୍ଥୀ ପାସ୍କରିଥିବା ସ୍କୁଲକୁ ମଧ୍ୟ ସମ୍ବନ୍ଧିତ କରାଯାଇଛି। ବିଦ୍ୟା ଭାରତୀ ପୂର୍ବ କ୍ଷେତ୍ର ସଂଗଠନ ମନ୍ତ୍ରୀ ଡ. ଆନନ୍ଦ ରାଓ ପାରଧୀ, ପୂର୍ବ କ୍ଷେତ୍ର କାର୍ଯ୍ୟକାରିଣୀ ସଦସ୍ୟ ଦିବାକର ଘୋଷ ଉପସ୍ଥିତ ଥିଲେ । ସମିତି ସଂପାଦକ ସରୋଜ କୁ ମାର ହାତୀ ଅତିଥି ପରିଚୟ ଦେଇଥିବା ବେଳେ ସଂଗଠନ ସଂପାଦକ ତାରକାଦାସ ସରକାର ସ୍ବାଗତ ଭାଷଣ ଦେଇଥିଲେ। ସମ୍ଭାଗ ସଂପାଦକ ପଙ୍କଳ କୁମାର କର ଧନ୍ୟବାଦ ଦେଇଥିଲେ ।
