ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ସମ୍ବର୍ଦ୍ଧନା

ପୁରୀ ୧/୧ ଛତିଶଗଡ଼ ଠାରେ ଅନୁଷ୍ଠିତ ୪୨ ତମ ଜାତୀୟ ଜୁନିୟର ଖୋ ଖୋ ଚମ୍ପିଆନସିପ ରେ ଓଡିଶା ଖୋ ଖୋ ମହିଳା ଦଳ ରୌପ୍ୟ ପଦକ ବିଜୟୀ ହୋଇ ଥିବାରୁ ଆଜି ଜିଲ୍ଲା ପ୍ରଶାସନ କ୍ରୀଡା ବିଭାଗ ପକ୍ଷରୁ ସେମାନ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଜି ଜଗନ୍ନାଥ ଷ୍ଟାଡିୟମ ପରିସରରେ ଏହି ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଛି।ରାଜ୍ୟ ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ରୌପ୍ୟ ବିଜୟୀ ଖୋ ଖୋ ଦଳକୁ ସମ୍ବର୍ଦ୍ଧିତ କରିବା ସହ ୨୦୨୪ ବର୍ଷ ରାଜ୍ୟର ଖୋ ଖୋ ଦଳ ପାଇଁ ଶୁଭଙ୍କର ଓ ସଫଳତା ର ବର୍ଷ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ଖୋ ଖୋ କ୍ରୀଡାବିତ ମାନେ ସମଗ୍ର ଦେଶରେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି ବୋଲି କହିବା ସହ ଭବିଷ୍ୟତ ରେ ଆହୁରି ଅଧିକ ପରିଶ୍ରମ ଓ ପ୍ରଶିକ୍ଷଣ ଦ୍ଵାରା ସେମାନେ ଯେମିତି ସ୍ୱର୍ଣ୍ଣ ପଦକ ହାସଲ କରିବେ ସେଥିପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପ୍ରଶିକ୍ଷକ ଆକାଶ ରଣା ଓ ସାବିଲା ଖାତୁନ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *