ରାଇକିଆ ଭାଜପା ପକ୍ଷରୁ ବାଚସ୍ପତି ଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

ରାଇକିଆ ଭାଜପା ପକ୍ଷରୁ ବାଚସ୍ପତି ଙ୍କୁ ଭବ୍ୟ ସମ୍ବର୍ଦ୍ଧନା। ଓଡ଼ିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ରାଇକିଆ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଦଳୀୟ କାର୍ଯ୍ୟକର୍ତ୍ତା, ନେତୃବୃନ୍ଦ ଓ ସମର୍ଥକମାନେ ବିଶେଷ ଉତ୍ସାହର ସହିତ ସମ୍ବର୍ଦ୍ଧନା ଦେଇଥିଲେ।ମାନନୀୟା ବାଚସ୍ପତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ଏହି ଅବସରରେ ମାନନୀୟା ବାଚସ୍ପତି ସୁରମା ପାଢ଼ୀ ସ୍ବଳ୍ପକାଳୀନ ରହଣି ମଧ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିବା ସହ କନ୍ଧମାଳ ଜିଲ୍ଲା ର , ପାଳୁଅ, ହଳଦୀ, ଝୁଣା, ବିନ୍ସ କୁ ଉପହାର ସ୍ବରୂପ ଗ୍ରହଣ କରି ଖୁସି ବ୍ୟକ୍ତ କରିବା ସହ ରାଇକିଆ ଭାଜପା ପରିବାର ପ୍ରତି କୃତଜ୍ଞତା ଜଣାଇଥିଲେ.।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ, ଜିଲ୍ଲା ଉପସଭାପତି ଝୁଲିମା ଦଳବେହେରା, ଜିଲ୍ଲା କୋଷାଧକ୍ଷ କୈଳାଶ ପଣ୍ଡା, ମଣ୍ଡlସର ମଣ୍ଡଳ ସଭାପତି ଗଜେନ୍ଦ୍ର ପ୍ରଧାନ,ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ସନକ ଦିଗlଳ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ପଣ୍ଡା, ସତ୍ୟନାଥ ପ୍ରଧାନ, ଜିତେନ୍ଦ୍ର ମଲ୍ଲିକ ଙ୍କ ସମେତ ରାଇକିଆ ମଣ୍ଡଳ ଭାଜପାର କାର୍ଯ୍ୟକର୍ତ୍ତା, ମହିଳା ମୋର୍ଚ୍ଚl ସଦସ୍ୟ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *