କଂଗ୍ରେସରୁ ପ୍ରାର୍ଥୀ ପତ୍ର ଦାଖଲ କଲେ ପୃଥିବୀ ବଲ୍ଲଭ ପଟ୍ଟନାୟକ

ଖୋର୍ଦ୍ଧା – ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପୃଥିବୀ ବଲ୍ଲଭ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ଆଜି ବିରାଟ ପଟୁଆର ସହ ନିଜର କର୍ମୀମାନଙ୍କୁ ସାଥିରେ ଆଣି ଖୋର୍ଦ୍ଧା ଜିଲ୍ଲାପାଳ ଙ୍କ ଅଫିସ୍ ଆସି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । (ସ୍ୱର୍ଗତଃ) ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଜାନକି ବଲ୍ଲଭ ପଟ୍ଟନାୟକଙ ସୁପୁତ୍ର ଅଟନ୍ତି । ବାପାଙ୍କର ବେଗୁନିଆ ପାଇଁ ବାକି ରହିଥିବା ସ୍ବପ୍ନ ଓ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବା ମୋର ଲକ୍ଷ୍ୟ ବୋଲି କହିଛନ୍ତି ।

ବେଗୁନିଆ ଥିଲା କଂଗ୍ରେସ ର ଦୁର୍ଗ, ସେଇ ଦୁର୍ଗ ର ପୂର୍ନରୁଧାର କରି ଜନ ସାଧାରଣଙ୍କର ସେବା କରିବା ପାଇଁ ଚେଷ୍ଟା କରିବି, ବେଗୁନିଆ ବୋଲଗଡ଼ ବାସିଙ୍କ ଆଶୀର୍ବାଦ ମୋ ଉପରେ ଅଛି ବୋଲି ପୃଥିବୀ ବଲ୍ଲଭ କହିଥିଲେ ।

Leave a Reply

Your email address will not be published. Required fields are marked *