ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଅସିତ ପଟ୍ଟନାୟକ

= ଆଜି ସକାଳ ୮ ଘଟିକା ରୁ କଂଗ୍ରେସ କର୍ମୀ ଜଲୱା ଦେଖିବାକୁ ମିଳିଥିଲା ସମୟ ଯେତେ ବଢୁଥିଲା ସହରରେ ହାତ ଚିହ୍ନ ର ପତାକା ଛାଇଯାଇଥିଲା। ବେଲୁନ ଉଡିଥିଲା। ଡିଜେ ବାଜିଥିଲା। ଦିନ ୧୦ ବେଳକୁ କଂଗ୍ରେସ କାର୍ଯ୍ୟାଳୟ ସମେତ ଗୋଶାଳା ଛକ ଅଞ୍ଚଳ ରେ ଟ୍ରାଫିକ ଜାମ ରହିଥିଲା। ଭଦ୍ରକ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଅସିତ ପଟ୍ଟନାୟକ ଦିନ ୧୦ଟା ବେଳେ ପାଟି କାର୍ଯ୍ୟାଳୟରେ ପହଞିବା ପରେ ,କଂଗ୍ରେସ ସମର୍ଥିତ ବୁଲୁ ପଟ୍ଟନାୟକ ଜିନ୍ଦାବାଦ, ଜାତୀୟ କଂଗ୍ରେସ ଜିନ୍ଦାବାଦ, ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରାରେ ଗଗନ ପବନ ପ୍ରକମ୍ପିତ କରିଥିଲେ । ହଜାର ହଜାର କର୍ମୀ ଙ୍କ ସହ ବୁଲୁ ଶୋଭାଯାତ୍ରାରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଅଭିମୁଖେ ଆଗକୁ ବଢିଥିଲା, ଓପନ ଜିପ ରେ ଅସିତ ଙ୍କ ସମେତ ଲୋକସଭା ପ୍ରାର୍ଥୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଯୁବ ନେତା ନଳିନୀକାନ୍ତ ମହାନ୍ତି, ସନିଆ ନଦ, ମୁକିତ ଖାଁ, ଉପ ଜିଲ୍ଲାପାଳ ଅଫିସ ରେ ଯାଇ ୪ ସେଟ ନାମାଙ୍କନ କରିଥିଲେ ଶୋଭା ପରେ ଅସିତ ନିଜ ପ୍ରତିକ୍ରିୟା ରେ କହିଛନ୍ତି ସ୍ବାଭିମାନ ର ଲଢେଇ ଆରମ୍ଭ ହୋଇଛି। ଭଦ୍ରକ ବାସୀ ଏ ଥର ପରିବର୍ତ୍ତନ ଚାହୁଁଛନ୍ତି, ଆଜି ଲୋକଙ୍କ ଭିତରେ ଯେଉ ଉତ୍ସାହ ଦେଖିବାକୁ ମିଳିଛି, ତାହା ନିଶ୍ଚିତ ମୋତେ ବିଜୟୀ କରାଇବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *