କଂଗ୍ରସ ପକ୍ଷରୁ ରାଜିବ ଗାନ୍ଧୀଙ୍କ ଜୟନ୍ତୀ ଓ କର୍ମୀ ସମ୍ମିଳନୀ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପକ୍ଷରୁ ସନ୍ନିକଟ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ସହିତ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l କାମାକ୍ଷାନଗର କଂଗ୍ରେସ ବିଧାୟକ ପ୍ରାଥୀ ବିପ୍ରବର ସାହୁ ଅଧ୍ୟକ୍ଷତା କରି ରାଜୀବ ଗାନ୍ଧୀଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରି ଆଗାମୀ ଦିନରେ କର୍ମୀ ଙ୍କ ଭିତରେ ସଚେତନତା ସୁଷ୍ଟି କରି ସଂଗଠନକୁ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ l ପୃର୍ବତନ ଜିଲ୍ଲା ଉପସଭାପତି ପ୍ରଭୁ ଦତ୍ତ ଭଟ ଯୋଗଦେଇ ବିଜେପି ର ଭୋଟ ଚୋରୀ କରି ମାଡ଼ିବସିଥିବା ଗାଦିକୁ ଛାଡ଼ ଏହି ସ୍ଲୋଗାନ ଗ୍ରାମର ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ l ପୂର୍ବତନ ନଗର ସଭାପତି ଧୁଶାସନ ସାହୁ ଯୋଗଦେଇ ବିଜେପି ସରକାରର ଭୋଟ ଚୋରି ପ୍ରସଙ୍ଗ ଓ ବିଭିନ୍ୟ ପ୍ରକାର ଅନୀତିକ ଆଇନି ଆଣି ଦେଶ ବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବାର ପ୍ରକାଶ କରିଥିଲେ l ଏହି ସମ୍ମିଳନୀରେ ବହୁତ କର୍ମୀ ଅଂଶ ଗ୍ରହଣ କରିଥିଲେ l
