କଂଗ୍ରେସର କ୍ୟାଣ୍ଡେଲ୍ ଶୋଭାଯାତ୍ରା

କଂଗ୍ରେସର କ୍ୟାଣ୍ଡେଲ୍ ଶୋଭାଯାତ୍ରା

ପହଲଗାମ ଆତଙ୍କବାଦୀ ଆକ୍ରମଣଙ୍କୁ ନିନ୍ଦା

ମୃତକ ପର୍ଯ୍ୟଟକଙ୍କୁ ଶ୍ରଦ୍ଧାଞ୍ଜଳି

କୋଣାର୍କ,୨୬.୦୪ ପୁରୀ ଜିଲ୍ଲା ଗୋପ ବ୍ଳକ ଓ କୋଣାର୍କ କଂଗ୍ରେସ କମିଟି ପକ୍ଷରୁ ଜାମ୍ମୁ କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ବ୍ଳକ କଂଗ୍ରେସ ସଭାପତି ଭାସ୍କର ସେଠ୍ ଙ୍କ ପୌରହିତ୍ୟରେ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜାମ୍ମୁ କାଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀଙ୍କ ବର୍ବରୋଚିତ ହତ୍ୟାକାଣ୍ଡ ପ୍ରତିବାଦରେ କୋଣାର୍କ କଂଗ୍ରେସ କାର୍ଯ୍ୟାଳୟ ଠାରୁ ମେଡିକାଲ ଛକ ଓ ସୂର୍ଯ୍ୟମନ୍ଦିର ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ର ଅନୁଷ୍ଠିତ ହୋଇଥିଲା । ଯେଉଁ ଆତଙ୍କବାଦୀ ଏଭଳି ନାରକୀୟ କାଣ୍ଡ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଳକ କଂଗ୍ରେସ କମିଟି ସଭାପତି ଭାସ୍କର ସେଠ୍ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆତଙ୍କବାଦୀ ମାନଙ୍କୁ ପୋତ୍ସାହନ ଦେଉଥିବା ପାକିସ୍ତାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଯୁବ ନେତା ଚନ୍ଦ୍ରକାନ୍ତ ସାହୁ ପ୍ରତାପ କାଣ୍ଡି, ସ୍ବାଧୀନ ନାୟକ , ଦେବେନ୍ଦ୍ର କୁମାର ପ୍ରଧାନ, ଚନ୍ଦନ ଲେଙ୍କା, ପିନାକୀ ପ୍ରସାଦ ନାୟକ, ଚନ୍ଦନ କାଣ୍ଡି, ନିହାର ରଞ୍ଜନ ବେଉରା,ସମେତ ଶତାଧିକ କ°ଗ୍ରେସ କର୍ମୀ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *