ଏରସମାରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସ୍ରୃଜନ ଅଭିଯାନ

ଏରସମାରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସ୍ରୃଜନ ଅଭିଯାନ

ଏରସମା : ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଏରସମା ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏରସମା ସଦର ମହକୂମା ସ୍ଥିତ ଏକ ଘରୋଇ ମଣ୍ଡପରେ ବାଲିକୁଦାର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ଼ା, ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ବରେ ସଙ୍ଗଠନ ସ୍ରୃଜନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଏମ୍ ଲିଜୁ ଯୋଗଦେଇ ତ୍ରୃଣମୂଳ ସ୍ତରରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ।ପରେ ଜିଲ୍ଲା ସଭାପତି ଚୟନ ନିମନ୍ତେ ପ୍ରତ୍ୟେକ କର୍ମୀ ମାନଙ୍କ ସହିତ ରୁଦ୍ଧଦ୍ଵାର ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବକ୍ଷକ ଭାବେ ରାଜକିଶୋର ବାରିକ, ଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ନଟବର ବାରିକ, ବାଲିକୁଦାର ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ଡ଼ା, ଲଲାଟେନ୍ଦୁ ମହାପାତ୍ର, ନଳୀନି କୁମାର ସ୍ଵାଇଁ, ପିନାକୀ ନାରାୟଣ ଦାସ, କୃଷ୍ଣଚନ୍ଦ୍ରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବଲ୍ଲଭାନନ୍ଦ ସ୍ଵାଇଁ, ପଲ୍ଲୀକଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ,ଦେବ ପ୍ରଶାଦ ନାୟକ, ସରପଞ୍ଚ ଅଜୟ କୁମାର ସାହୁ, ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସ୍ମୃତି ରଞ୍ଜନ ମନ୍ତ୍ରୀ, ଏରସମାର କଂଗ୍ରେସ ଯୁବ ନେତା ଅଭିଜିତ ସାହୁ, ସମିତି ସଭ୍ୟ ରଘୁନାଥ ସ୍ଵାଇଁ, ଭିତର ଅନ୍ଦାରୀ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି କାଳିନ୍ଦୀ ଚରଣ ମାଝି, ନଳୀନୀ ରଞ୍ଜନ ବେହେରା, ସମାଜସେବୀ ତୁଷାର ଗୋଛାୟତ, ନିତ୍ୟାନନ୍ଦ ଦାସ, ଦ୍ଵିଜରାଜ ଦାସ, ବୈଷ୍ଣବ ଚରଣ ନାୟକ, ଅଜୟ ମହାପାତ୍ର, ବାଲିତୁଠ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଖିଳ ବହ୍ଲଭ ସ୍ଵାଇଁ, ଯୁବନେତା ଅନୁଜ ରାୟ, ଯୁବ ସମାଜସେବୀ ରଞ୍ଜନ ବାରିକ୍ ଓ ଇନ୍ଦ୍ରଜିତ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।ଏହି ଅବସରରେ ବ୍ଲକ୍ ସ୍ତରୀୟ ନେତ୍ରୃମଣ୍ଡଳୀମାନେ ଜିଲ୍ଲା ସଭାପତି ଚୟନ ନିମନ୍ତେ ନେତାଙ୍କ ନାମ ଅଖିଳ ଭାରତୀୟ କଂଗ୍ରେସ କମିଟିର ଫର୍ଯ୍ୟଵେକ୍ଷ ଏମ୍ ଲିଜୁଙ୍କୁ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *