କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା କଂଗ୍ରେସ ପ୍ରତିଷ୍ଠା ଦିବସ ।
କନ୍ଧମାଳ ଜିଲ୍ଲାରେ ପାଳନ କରାଗଲା କଂଗ୍ରେସ ପ୍ରତିଷ୍ଠା ଦିବସ ।
, ଫୁଲବାଣୀ , କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଶ୍ରୀ ଚନ୍ଦ୍ର ଶେଖର ପରିଡ଼ାଙ୍କ ନେତୃତ୍ୱରେ ୧୪୦ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ।

ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ବରିଷ୍ଟ କଂଗ୍ରେସ ନେତା ତଥା ଆଇନଜୀବୀ ବିଜୟ ମହାନ୍ତି, ରଜତ ମହାନ୍ତି, ହେମନ୍ତ କର , ଯୁବ ନେତୃତ୍ବ ପ୍ରଭାତ ବେହେରା, ପୂର୍ବତନ ନଗର ସଭାପତି ବସନ୍ତ ପାଢ଼ୀ,ହରିଜନ ସେଲର ରାଜୀବ ଲୋଚନ ସାହାଣୀ, ଛାତ୍ର ନେତା ଅନୁପମ କହଁର, ବରିଷ୍ଟ କଂଗ୍ରେସ ନେତା ସଂସାର ଭୋଇ, ଫିରିଙ୍ଗିଆ ବ୍ଲକ ର ପୂର୍ଣ୍ଣଚନ୍ଦ୍ରଦିଗାଲ, ଫୁଲବାଣୀ ପୋୖର ପରିଷଦର ବାବୁଲା ବେହେରା, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ପରେ ପରେ ସ୍ଥାନୀୟ ଫୁଲବାଣୀ ବ୍ଲକ ତୁଡିପାଜୁ ରେ ଥିବା ବୃଦ୍ଧା ଶ୍ରମରେ ସମସ୍ତ ଆଶ୍ରିତ ବୁଡ଼।, ବୁଢ଼ୀ ମାନଙ୍କୁ ସଭାପତି ଓ କର୍ମୀ ମାନେ ଫଳ ବଣ୍ଟନ କରିଥିଲେ ।
