କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ଙ୍କୁ ସ୍ୱାଗତ
କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ତରଫ ରୁ ପ୍ରାର୍ଥୀ ପତ୍ର ଜାରି ହୋଇ ଯାଇଅଛି। କଂଗ୍ରେସ ର ବହୁ ଆଶାୟୀ ପ୍ରାର୍ଥୀ ଅନଲାଇନ ମାଧ୍ୟମ ରେ ନିଜ ନିଜ ର କାଗଜ ପତ୍ର ଦାଖଲ କରିଥିଲେ କିନ୍ତୁ କଂଗ୍ରେସ ର ରାଜ୍ୟ ସଭାପତି ସେଥି ମଧ୍ୟ ରୁ ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ପଞ୍ଚାୟତ ର ପାଡାଙ୍ଗି ଗ୍ରାମ ର ଶ୍ରୀ ଯୁକ୍ତ ପ୍ରଫୁଲ୍ଲ ପ୍ରଧାନ ଙ୍କୁ ଦଳୀୟ ଟିକେଟ ମିଳିଥିଲା। ଏଠି ସୂଚନା ଥାଉକି ପ୍ରଫୁଲ୍ଲ ପ୍ରଧାନ 1997ରୁ 2002 ପର୍ଯ୍ୟନ୍ତ ଦଳୀୟ ଚିହ୍ନ ରେ ବିଜୟ ଲାଭ କରି ବ୍ଲକ ଅଧକ୍ଷ ଭାବେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ଘୁ. ଉଦୟଗିରି କଂଗ୍ରେସ ର ଗଡ଼ ଭାବେ ପରିଚିତ ଥିବା ବେଳେ ପ୍ରଫୁଲ୍ଲ ପ୍ରଧାନ , ଆମେ ନିଶ୍ଚୟ ବିଜୟ ଲାଭ କରିପାରିବୁ ବୋଲି କହିଛନ୍ତି। ଦଳୀୟ ଟିକେଟ ମିଳିବା ପରେ ସମସ୍ତ କର୍ମୀ ଓ ଆଶାୟୀ ପ୍ରାର୍ଥୀ ଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବା ସହିତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ରେ ଦଳକୁ କିଭଳି ବିଜୟ ଲାଭ କରାଇବା ସେହି ବିଷୟ ରେ ପରାମର୍ଶ ନେଉଥିବା ଦେଖିବାକୁ ମିଳିଅଛି ।
