ଭଦ୍ରକ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ର ପ୍ରସ୍ତୁତି ବୈଠକ

ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ଜିଲ୍ଲା କାର୍ଯ୍ୟଳୟ ରେ ଆଯୋଜିତ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତି ଙ୍କ ନେତୃତ୍ବ ରେ ଏହି ବୈଠକ ବସିଥିଲା ଭଦ୍ରକ ପୌରପାଳିକାର ୩୦ ନମ୍ବର ଓ୍ବାର୍ଡ ଓ ଭଦ୍ରକ ବ୍ଲକ ର ସମସ୍ତ ପଞ୍ଚାୟତ ର ଛାମୁଆ ନେତା ଓ କର୍ମୀ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ, ଆସନ୍ତା ୨୯ ତାରିଖ ଅର୍ଥାତ ସୋମବାର ଦିନ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡେଗ ଓଡିଶା ଗସ୍ତ ରେ ଆସୁଛନ୍ତି ଏହି କାର୍ଯ୍ୟକ୍ରମ ରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ରୁ ୨ହଜାର କର୍ମୀ ଯୋଗ ଦେବାକୁ ନିସ୍ପତି ନିଆଯାଇଛି, ବୈଠକ ରେ ଭଦ୍ରକ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ଓବିସି ସେଲ ସଭାପତି ପୀତବାସ ଧଳ, ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ର ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ଅସରଫ ଅଲ୍ଲି ଖାଁ, ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର ଏସ୍ ସି ସେଲ ସଭାପତି ରଞ୍ଜନ ଜେନା, ପାରିଷଦ ଏନାମୁଲ ହକ୍ ତନବୀର ଖାଁ, ଛାତ୍ର କଂଗ୍ରେସ ସଭାପତି ସେକ୍ ସାହିଲ କାଦ୍ରୀ, ରାଜନ ଲାହା ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ

Leave a Reply

Your email address will not be published. Required fields are marked *