କଂଗ୍ରେସ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀଦୁର୍ନୀତି ବିରୋଧୀ ଲଢେଇକୁ ଶାଣିତ କରାଯିବ

କଂଗ୍ରେସ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀଦୁର୍ନୀତି ବିରୋଧୀ ଲଢେଇକୁ ଶାଣିତ କରାଯିବସମସ୍ତକୁ ସାଥୀରେ ନେଇ ଦଳ ଆଗକୁ ବଢିବଆରମ୍ଭ ହେବ ଘରବାହୁଡା ଅଭିଯାନଭଦ୍ରକ ଜିଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ଦାୟିତ୍ବ ନେବା ପରେ ନଳିନୀକାନ୍ତ ମହାନ୍ତି ଆନୁଷ୍ଠାନିକ ଭାବେ ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଉକ୍ତ ସମ୍ମିଳନୀ ଶ୍ରୀ ମହାନ୍ତି 3 ଟି କଥା ମୁଖ୍ଯତଃ କହିଛନ୍ତି। ପ୍ରଥମତ ସରକାରଙ୍କ ଅଥବା ଜିଲା ପ୍ରଶାସନର ଜନସ୍ବାର୍ଥ ନୀତି ବିରୋଧରେ କଂଗ୍ରେସ ଦଳ ତାର ଲଢେଇକୁ ଶାଣିତ କରିବ। ଦୁର୍ନୀତି ବିରୋଧରେ ଲଢେଇରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ପଞ୍ଚାୟତ ସ୍ତରରୁ ବ୍ଲକ, ସହରାଞ୍ଚଳ ଓ ଜିଲା ସଦର ମହକୁମା ଯାଏ ଶାସକ ଦଳର ଓ ସରକାରୀ କଳର ଦୁର୍ନୀତିକୁ ଲୋକଲୋଚନକୁ ଅଣାଯିବ। ଏପରିକି ଯଦି କେହି ସଚେତନ ନାଗରିକ ଦୁର୍ନୀତି ବାବଦରେ ଜାଣୁଥାନ୍ତି କିନ୍ତୁ ମୁହଁ ଖୋଲିବାକୁ ସାହସ କରିପାରୁ ନାହାନ୍ତି ସେ କ୍ଷେତ୍ରରେ ଜିଲା କଂଗ୍ରେସ ସେହି ସଚେତନ ବ୍ଯକ୍ତିଙ୍କୁ ଦୁର୍ନୀତି ବିରୋଧରେ ମୁହଁ ଗୋଲିବା ଲାଗି ଉପଯୁକ୍ତ ପ୍ଲାଟଫର୍ମ ଦେବ ଓ ନୀତିଗତ ସହଯୋଗ ବି କରିବ। ଦ୍ବିତୀୟରେ ଶ୍ରୀ ମହାନ୍ତି କହିଛନ୍ତି ଯେ: ଜିଲା କଂଗ୍ରେସରେ କୌଣସି ଗୋଷ୍ଠୀବିବାଦ ନାହିଁ କି କୌଣସି ଗୋଷ୍ଠୀକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏହା ହିଁ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ। ସମସ୍ତଙ୍କୁ ସାଥିରେ ନେଇ ସଙ୍ଗଠନକୁ ମଜବୁତ କରାଯିବ। ବରିଷ୍ଠଙ୍କୁ ଦଳ ଭିତରେ ଉଚିତ ସମ୍ମାନ ଦିଆଯିବ। ସେମାନଙ୍କ ଅଭିଜ୍ଞତା, ସାଙ୍ଗଠନିକ ଦକ୍ଷତା ଓ ମାର୍ଗଦର୍ଶନ ଦଳ ପାଇଁ ବଳ ଦେବ। ଦଳଭିତରେ ଯୁବବର୍ଗଙ୍କୁ ଆଗକୁ ମାଡିବାର ସୁଯୋଗ ମିଳିବ ll ଜିଲ୍ଲା ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ : ପ୍ରତି ନିର୍ବାଚନମଣ୍ଡଳୀର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ଖସଡା ପ୍ରସ୍ତୁତ କରାଯିବ। ଲୋକଙ୍କ ସମସ୍ଯା ସହିତ କଂଗ୍ରେସ କର୍ମୀମାନେ ଗାଁ ଗଣ୍ଡାରେ ଯୋଡି ହେବେ । ସରକାରଙ୍କ ଜନସ୍ବାର୍ଥ ନୀତି ବାବଦରେ ଲୋକଙ୍କୁ ସଚେତନ କରିବେ ll ଏଥିସହ କୈଣସି ବି କାରଣରୁ ଅତୀତରେ ଦଳ ଛାଡି ଚାଲି ଯାଇଥିବା ନେତା,କର୍ମୀଙ୍କୁ ଦଳକୁ ଫେରାଇ ଆଣିବା ଲାଗି ଏକ ସ୍ବତନ୍ତ୍ର ‘ଘରବାହୁଡା’ ଅଭିଯାନ ଆରମ୍ଭ ହେବ ll

ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ବରିଷ୍ଟ ନେତା ଦେବେନ୍ଦ୍ର ମହାନ୍ତି, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଶୁଭେନ୍ଦୁ ରାୟ ମହାପାତ୍ର,,ଓଡିଶା ପିସିସି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ରାଜ୍ୟ ମହିଳା କଂଗ୍ରେସ ର ସମ୍ପାଦକ ଅମିତା ବାଳା ଆଚାର୍ଯ୍ୟ, ସବିତା ଚାନ୍ଦ,ସ୍ୱସ୍ତିକା ପଣ୍ଡା, ନାରୀ ନେତ୍ରୀ ଶର୍ମିଷ୍ଠା ପଣ୍ଡା,ସାଧାରଣ ସମ୍ପାଦକ ହରିହର ମଣ୍ଡଳ, ସମ୍ପାଦକ ରଞ୍ଜନ ଜେନା, ଆରଜିପିଆରଏସ ର ସାଧାରଣ ସମ୍ପାଦକ ପଦ୍ୟୁମ୍ନ ଦାସ, ଟାଉନ ସଭାପତି ମୋକିତ ଖାଁ,ଯୁବ ନେତା ବଳରାମ ରାଉତ, କାଉନସିଲର ସାହିଲ କାଦ୍ରୀ,,ଯୁବ ନେତା ଇଲିଆସ ଖାଁ, ବ୍ଲକ ସଭାପତି ପୀତବାସ ଧଳ, ରାଜୁ ରାୟ,ବିଜୟ ବାରିକ, ମନୋଜ ମଲ୍ଲିକ, ମୀର ଶାହାଜାନ, ରାଜକିଶୋର ପଣ୍ଡା l

Leave a Reply

Your email address will not be published. Required fields are marked *