ଜଗତସିଂହପୁର ଠାରେ କଂଗ୍ରେସ ପକ୍ଷରୁ ସଂଗଠନ ଶ୍ରୀଜନ ଅଭିଯାନ ଆରମ୍ଭ
Date-03/09/25*-ଅଖିଳ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଡଗେ ଙ୍କ ନିର୍ଦେଶ କ୍ରମେ ଜଗତସିଂହପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ପକ୍ଷରୁ ସଂଗଠନ ଶ୍ରୀଜନ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ନଟବର ବାରିକ ଙ୍କ ସଭାପତିତ୍ୱରେ ଅଖିଳ ଭାରତ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଶ୍ରୀ ଏମ. ଲିଜୁ ଓ ଓଡ଼ିଶା ପିସିସି ପର୍ଯ୍ୟବେକ୍ଷକ ରାଜକିଶୋର ବାରିକ ଯୋଗଦେଇ ଓଡ଼ିଶା ରେ କଂଗ୍ରେସ ସଂଗଠନ କୁ ସୁଦୃଢ କରିବା ପାଇଁ ସଂଗଠନ ଶ୍ରୀଜନ ଅଭିଯାନ ଆରମ୍ଭ ହୋଇଛି ବୋଲି କହିଥିଲେ । ଏହା ସହିତ ଆଗକୁ ପଂଚାୟତ ନିର୍ବାଚନ ପୂର୍ବରୁ କଂଗ୍ରେସ ସଂଗଠିତ ହୋଇ କାମ କରିବାକୁ ସେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଲୋକମାନଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀ ର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବୋଲି ଅତିଥି ମାନେ କହିଛନ୍ତି ।
