କୋଣାର୍କରେ ଓଡ଼ିଶା ବନ୍ଦ ସଫଳ କଲା କଂଗ୍ରେସ

କୋଣାର୍କ,୧୭.୦୭(ରିପୋର୍ଟ୍ ଜ୍ଞାନ ରଞ୍ଜନ ବିଶ୍ଵାଳ )- ବାଲେଶ୍ଵର ଫକୀର ମୋହନ କଲେଜରେ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଓ ମୃତ୍ୟୁକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଗୁରୁବାର ସାରା ଓଡ଼ିଶା ବନ୍ଦ୍ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ ସାରା ଓଡ଼ିଶାରେ ସଫଳ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ, କୋଣାର୍କ ନଗର କଂଗ୍ରେସ୍ ଓ ଛାତ୍ର କଂଗ୍ରେସ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଫଳ ଭାବେ ବନ୍ଦ୍ ହୋଇଛି। କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ସମସ୍ତ ଦୋକାନ ବଜାର, ବ୍ୟବସାୟୀ ପ୍ରତିଷ୍ଠାନ, ହୋଟେଲ୍, ସୂର୍ଯ୍ୟ ମନ୍ଦିର, ସମସ୍ତ ବ୍ୟାଙ୍କ୍, ସ୍କୁଲ୍, କଲେଜ, କୋର୍ଟ, ଏନଏସି ଅଫିସ ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଫୋଟୋ ଚିତ୍ରରେ ଅଗ୍ନି ସଂଯୋଗ କରି ଜାଲିଥିଲେ। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ଅଭିଯୁକ୍ତକୁ ଗିରଫ ସହ ମନ୍ତ୍ରୀମାନଙ୍କ ଇସ୍ଥପା ଦାବି କରିଛନ୍ତି କଂଗ୍ରେସ୍ କର୍ମୀ। ଏହି ପ୍ରତିବାଦରେ ଉପେନ୍ଦ୍ର କାଣ୍ଡି, ସୁବାସ ନାୟକ, ନିହାର ରଞ୍ଜନ ବେଉରା, ବିରଞ୍ଚି ନାରାୟଣ ପତି, ଲୋକନାଥ ବେହେରା, ସ୍ୱାଧୀନ କୁମାର ନାୟକ, ପ୍ରତାପ କାଣ୍ଡି, ନଟବର ନାୟକ, କୁନାଲ ନାୟକ, ନିରଞ୍ଜନ ଖୁଣ୍ଟିଆ, ବାନମ୍ବର୍ ନାୟକ ପ୍ରମୁଖ ଯୋଗ ଦେଇ ଓଡ଼ିଶା ବନ୍ଦର ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *