ସ୍ୱାମୀ ଅରୁପାନନ୍ଦ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରଘୁନାଥପୁର ଥାନା ଘେରାଉ

ଜଗତସିଂହପୁର ଜିଲା କୁର୍ତ୍ତାଙ୍ଗ ସ୍ଥିତ ସ୍ୱାମୀ ଅରୁପାନନ୍ଦ ଯୁକ୍ତ ଦୁଇ କଲେଜରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଘଟଣା । ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ସହ ରଘୁନାଥପୁର ଥାନା ଘେରାଉ କରାଯାଇଛି । ଗତ ଆଠ ମାସ ତଳେ ଏହି କଲେଜର ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଜନୈକା ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସହଯୋଗରେ ଏହି ଘଟଣାକୁ ଚପାଇ ଦିଆଯାଇଥିଲା । ଏହି ଘଟଣାର ରି ଓପନ ହେବାପରେ ସଜାଗ ହୋଇ ଉଠିଥିଲା ଜିଲା ପ୍ରଶାସନ । ଜିଲାପାଳଙ୍କ ନିର୍ଦେଶରେ ଜଗତସିଂହପୁର ଉପଜିଲାପାଳ ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ସେମାନଙ୍କ ନାମରେ ରଘୁନାଥପୁର ଥାନାରେ ଏତାଲା ମଧ୍ୟ ଦେଇଥିଲେ । ହେଲେ ପୋଲିସ ଅଭିଯୁକ୍ତ ମାନଙ୍କୁ ଆଜି ପର୍ଯ୍ୟନ୍ତ ଗିରଫ କରୁନଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ରଘୁନାଥପୁର ଥାନା ଘେରାଉ କରାଯାଇଛି । ଏହି ଘେରାଉରେ କଂଗ୍ରେସର ବହୁ ବରିଷ୍ଟ ନେତାମାନେ ଯୋଗ ଦେଇଥିବାର ଦେଖା ଯାଇଛି ।ଆରପଟେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ଛାନ ଭିନ ଜାରି ରଖିଥିବାର ଆଡ଼ିସନାଲ ଏସ୍ପି କହିଛନ୍ତି । ବାଇଟ୧-ଦେବ ପ୍ରସାଦ ନାୟକ, କଂଗ୍ରେସ ନେତାବାଇଟ୨-ଲଲାଟେନ୍ଦୁ ମହାପାତ୍ର, ପିସିସି ନେତାବାଇଟ-୩-ସତ୍ୟବ୍ରତ ଦାଶ, ଆଡ଼ିସନାଲ ଏସପି, ଜଗତସିଂହପୁର ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *