ପାରାଦ୍ୱୀପ ରେ କଂଗ୍ରେସ ର ଯୁବ ନେତୃତ୍ୱ
– ଆସୁଛି ସାଧାରଣ ନିର୍ବାଚନ , ବାଜିଲାଣି ବିଗୁଲ | ଜଗତସିଂହପୁର ଜିଲ୍ଲା ବନ୍ଦର ନଗରୀ ପାରାଦୀପ ନିର୍ବାଚନ ମଣ୍ଡଳି ର କଂଗ୍ରେସ ନେତା ବାପି ସର୍ଖଲେ ଙ୍କ ଧର୍ମପତ୍ନୀ ମୋନିଦୀପା ସର୍ଖଲେ କଂଗ୍ରେସ ଛାଡି ବିଜେଡି ଦଳରେ ସାମିଲ ହେବାପରେ ଏଠି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି | ଆଉ ଏତିକି ବେଳେ ଲୋକଙ୍କ ପାଖକୁ ଆସିଛନ୍ତି ଜଣେ ଆଇନଜୀବୀ ତଥା ଯୁବପ୍ରତିଭା ନିରଞ୍ଜନ ନାୟକ | ତାଙ୍କୁ ସମସ୍ତେ ବବୁଲ ଭାଇ ଭାବେ ଜାଣିଥିବା ବେଳେ ସେ ଏବେ ପ୍ରତି ୱାର୍ଡ ବୁଲୁଛନ୍ତି | ପୁରୁଣା କଂଗ୍ରେସ ଲୋକଙ୍କୁ ଭେଟୁଥିବା ବେଳେ ଲୋକ ମଧ୍ଯ ସମର୍ଥନ ଜଣାଇବାରେ ଲାଗିଛନ୍ତି | କୁଜଙ୍ଗ ବ୍ଳକ , ରାହାମା ଓ ପାରାଦୀପ ମୁନିସିପାଲିଟି ଭିତରେ ସେ ବୁଲି ବୁଲି ଲୋକଙ୍କୁ ଖୋଜୁଥିବା ବେଳେ ବାପି ସର୍ଖଲେ ଙ୍କ ବଦଳରେ ସେ ଏବେ ପ୍ରତୀକ ହୋଇ ଉଭା ହୋଇଥିବା କୁହାଯାଉଛି | ଯେଉଁ ମାନେ ଆଜି କଂଗ୍ରେସ ଦଳ ଛାଡି ଅନ୍ୟ ଦଳକୁ ଯାଉଛନ୍ତି ତାଙ୍କୁ ଦଳ କେବେ ମାଫ କରିବ ନାହିଁ । କାରଣ କଂଗ୍ରେସ ଦଳ ତାଙ୍କର ପରିଚୟ ସୃଷ୍ଟି କରିଥିଲା । ଆଗାମୀ ସାଧାରଣ ନିର୍ବାଚନରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଯୁବ ନେତା ନିରଞ୍ଜନ କହିଛନ୍ତି । ବାଇଟ – ନିରଞ୍ଜନ ନାୟକ , ଯୁବନେତାଜଗତସିଂହପୁର ରୁ Rita ସାହୁ
