କଂଗ୍ରେସର ନ୍ୟାୟ ପଦଯାତ୍ରା

ନିମାପଡ଼ା ,ବଳଙ୍ଗା ନାବାଳିକା ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ବଳଙ୍ଗା ନାବାଳିକା ମୃତୁ ଘଟଣାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି। ପୂର୍ବରୁ ବିଜେଡି ଏ ନେଇ ପୁରୀ ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ଆଜି କଂଗ୍ରେସ ପଦଯାତ୍ରା କରିଛି।ଯେ ପର୍ଯ୍ୟନ୍ତ ମୃତୁର ରହସ୍ୟ ପୋଲିସ ରାଜ୍ୟବାସୀଙ୍କ ପାଖରେ ନ ରଖିଛି ସେପର୍ଯ୍ୟନ୍ତ କଂଗ୍ରେସ ତାର ଲଢେଇ ଜାରୀ ରଖିବ ବୋଲି ପିସିସି ସଭାପତି କହିଛନ୍ତି। ଆଜି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ପ୍ରଥମେ ବଳଙ୍ଗା ବାୟାବର ଗ୍ରାମରେ ପହଁଚି ପୀଡିତାଙ୍କ କବର ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଘଟଣା ଘଟିଥିବା ସ୍ଥାନ୍ତରେ ପହଁଚି ସେଠାରୁ ପଦଯାତ୍ରା ଆରମ୍ଭ କରିଥିଲେ। 15 କିଲୋ ମିଟର ପଦଯାତ୍ରା କରି ନିମାପଡ଼ା ସ୍ଥାନୀୟ ଦେବୀ ମଣ୍ଡପ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ ଭକ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ବଳଙ୍ଗା ପୀଡିତାର ମୃତୁର ରହସ୍ୟ ସରକାର ଉନ୍ମୋଚନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଈଁ ଦାବୀ କରିଛନ୍ତି। ଏହାସହ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ କଂଗ୍ରେସ ଦାବୀ କରିଛି। ସରକାର ଏହି ସବୁ କାର୍ଯ୍ୟାନୁଷ୍ଠାନ ନ କଲେ ଆଗାମୀ ଦିନରେ ସାରା ଓଡିଶା ବନ୍ଦ କରିବା ସହ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଵାସ ଭଵନ ଘେରାଉ କରିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କରି କଂଗ୍ରେସର ଏହି ପଦଯାତ୍ରା ରାଜ୍ୟ ରାଜନୀତି କି ପ୍ରଭାବ ପକାଉଛି।

Leave a Reply

Your email address will not be published. Required fields are marked *