ଗଣିଆରେ କଂଗ୍ରେସର ସଂଗଠନ ‘ସୃଜନ’ କାର୍ଯ୍ୟକ୍ରମ ,ଯୋଗଦେଲେ ଏଆଇସିସି ପର୍ଯ୍ୟବେକ୍ଷକ ମହେଶ ଶର୍ମା ।
ଗଣିଆ -ଗଣିଆରେ ଥିବା ଦଶିପୁର ତୋଟା ପରିସରରେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସୃଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକଙ୍କ ସଭାପତିତ୍ବରେ ଏଆଇସିସି ପର୍ଯ୍ୟବେକ୍ଷକ ମହେଶ ଶର୍ମା,ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ସଂଗ୍ରାମ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ରଣଜିତ୍ ଦାଶ, ବରିଷ୍ଠ ନେତା ସରୋଜ ପରିଡ଼ା,ପୂର୍ବତନ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ବରିଷ୍ଠ ନେତା କମଳ ଲୋଚନ ସାହୁ,ବରିଷ୍ଠ ନେତା ବିଭୁ ପ୍ରସାଦ ମିଶ୍ର, ବେଣୁଧର ନାୟକ,ଗଣିଆ ବ୍ଳକ ସଭାପତି କାଶିନାଥ ନାୟକ, ବରିଷ୍ଠ ନେତା ସୁକାନ୍ତ ଶତପଥୀ,ହଲିମ୍ ଖାଁ, ପ୍ରଦୀପ୍ତ ମହାପାତ୍ର,ବାବୁନି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ତୃଣମୂଳ ସ୍ତରରେ କଂଗ୍ରେସ ସଂଗଠନକୁ ମଜବୁତ କରିବାକୁ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଭାରତରେ ସଂଗଠନ ସୃଜନ ଆରମ୍ଭ କରିଛନ୍ତି । ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହକରି ଜଣେ ଦକ୍ଷ ନେତାଙ୍କୁ ସଂଗଠନର ଦାୟିତ୍ବ ପ୍ରଦାନ କରାଯିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି । କୈାଣସି ନେତାଙ୍କ ସୁପାରିଶ ନୁହେଁ ବରଂ ଦଳପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ସଭାପତି ଦାୟିତ୍ଵ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ । କୈାଣସି କାରଣବସତ ଦଳଠାରୁ ମୁହଁ ଫେରାଇ ନେଇଥିବା କର୍ମୀ ମାନେ ପୁଣିଥରେ କଂଗ୍ରେସ ସଂଗଠନ ଜଡ଼ିତ ହେବାକୁ ସେ ଆହ୍ବାନ କରିଥିଲେ । ପର୍ଯ୍ୟବେକ୍ଷକ ଗଣିଆକୁ ଆସିବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଗଣିଆରେ ନୂତନ ବ୍ଳକ ସଭାପତି ନିଯୁକ୍ତ ପାଇଁ କର୍ମୀ ମାନେ ନିବେଦନ କରିଥିବା ଜଣାପଡିଛି ।
