ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଫୁଟବଲ୍ ପ୍ରତିଯୋଗିତାର ଦୂତୀୟ ଦିବସ ।
ଫୁଲବାଣୀ ।ତା ୨୪/୧୧/୨୦୨୫ଫୁଲବାଣୀ, ଆସନ୍ତା ନଭେମ୍ବର୨୬ ତାରିଖରେ ସମ୍ବିଧାନ ପାଳନ କରାଯାଉଥିବା ବେଳେ ଏହାକୁ ଲୋକାଭିମୁଖୀ କରିବା ନିମନ୍ତେ ଆୟାଯୋକ ମାନେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟାଜନ କରିଛନ୍ତି ।ସେଥି ମଧ୍ୟରୁ ଓଡ଼ିଆ ଦିଭେଟ୍ ଓ ଫୁଟବଲ୍ ପ୍ରତିଯୋଗିତା ଅନ୍ୟ ତମ ଏହାକୁ ଆଧାର କରି ଆଜି ଦ୍ୱିତୀୟ ଦିବସରେ ଦୁଇଟି ମ୍ୟାଚ୍ ଆୟଜନ କରାଯାଇଥିଲା ପ୍ରଥମ ମ୍ୟାଚ ଫିରିଙ୍ଗିଆ ବ୍ଲକ ସହିତ ଜି, ଉଦୟଗିରି ବ୍ଳକ ମଧ୍ୟରେ ହୋଇଥିଲା ଫିରିଙ୍ଗିଆ ଦଳ ୪-୦ଗୋଲ୍ ବ୍ୟବଧାନରେ ଜି, ଉଦୟଗିରି ଦଳକୁ ପରାସ୍ତ ଥିବାବେଳେ,ଦୂତୀୟ ମ୍ୟାଚ୍ ରେ ଫୁଲବାଣୀ ମୁନିସିପଳିଟି ସହିତ ନୂଆଗାଁ ବ୍ଲକ ମଧ୍ୟରେ ହୋଇଥିଲା ଖେଳ ସମୟରେ କେହି କାହାକୁ ଗୋଲ୍ କରି ପାରି ନଥିବା ବେଳେ ଖେଳ ପେନାଲ୍ଟିକ୍ ସୁଟ ଆଉଟ୍ ରେ ନୂଆଗାଁ ବ୍ଲକ ଫୁଲବାଣୀ ମୁନିସିପଳିଟି କୁ ପରାସ୍ତ କରିଥିଲା ।ଏହି ଦୁଇଟି ମ୍ୟାଚରେ ମୁଖ୍ୟ ଅତିଥି ରୂପେ, ଫୁଲବାଣୀ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ,ଅବନୀ କହଁର, ବ୍ରଜ ବିହାରୀ ନନ୍ଦ, ବରିଷ୍ଟ ସାମ୍ବାଦିକ ଆଇନଜୀବୀ ମହେନ୍ଦ୍ର ସୁବୁଦ୍ଧି ,ଫିରିଙ୍ଗିଆ ବ୍ଲକ ଜିଲ୍ଲାପରିଷଦ ସଦସ୍ୟ ନୀଳଗିରି ଦିଗାଲ, ସମ୍ମାନିତ ଅତିଥି ରୂପେ, ଗୀତାଞ୍ଜଳି କହଁର,ଜଳନ୍ଧର

କହଁର କମଲ୍ ବେହେରା, ସନ୍ତୋଷ ଦିଗ।ଲ, ଅଭୟ ପଟ୍ଟନାୟକ,ରଜନୀ ଶଙ୍କର ପ୍ରଧାନ, ଦାରୁଣ ବେହେରା, ବଳଦେବ ବେହେରା, ହୂର୍ଜନ୍ ସେଠୀ ଯୋଗଦେଇଥିଲେ ।ଏହି କାର୍ଯ୍ୟ କ୍ରମରେ ସ୍ମୁତି କମିଟିର ସଭାପତି ସମିର୍ ଘଟାଲ୍, ସଂଯୋଜକ ବିରେନ୍ଦ୍ର କହଁର, କାକିର୍ ହୁସେନ ଖାନ୍, ଉଦ୍ଧବ ଚନ୍ଦ୍ର ଦିଗ।ଳ, ମହେନ୍ଦ୍ର ଦିଗାଲ,ବରିଷ୍ଟ ଆଇନଜୀବୀ ସତ୍ୟନାରାୟଣ ବେହେରା, ଖେଳ ଆୟଯୋକ ବିର।ଜ୍ ବେହେରା ଓ ସ୍ମୁତି କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆସନ୍ତା ୨୬ ତାରିଖରେ ଏକ ବିରାଟ ସଭାଯ।ତ୍ର ହେବାର କାର୍ଯ୍ୟକ୍ରମ ରହିଛି ।ଉକ୍ତ ଦିନ ସ୍ଥାନୀୟ ଗୋପବନ୍ଧୁ ଛକ୍ ଠାରେ ସାମ୍ବି ଧାନ ପ୍ରଣେ ତା ବାବା ସହେବ ଆମ୍ବେଦକର୍ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସମିର୍ ଘଟାଲ୍ କହିଥିଲେ ।
